ଓଡିଶା

ଅଦ୍ୟାବଧି ଏକ ହଜାର ପ୍ଲାଜମା ଥେରାପି ହୋଇଛି ରାଜ୍ୟରେ

ଭୁବନେଶ୍ୱର: କରୋନା ଚିକିତ୍ସାରେ ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ରହିଛି । ଅଦ୍ୟାବଧି ହଜାରେ ଛୁଇଁଛି ପ୍ଲାଜମା ଥେରାପି । କରୋନା ଚିକିତ୍ସା କ୍ଷେତ୍ରରେ ରାଜ୍ୟ ଏକ ମାଇଲ ଷ୍ଟୋନ ସ୍ଥାପନ କରିଛି । ଏପର୍ୟ୍ୟନ୍ତ ଏକ ହଜାର ଲୋକଙ୍କୁ ପ୍ଲାଜମା ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି । ଅତ୍ୟାଧୁନିକ ମେଡିକାଲ ସୁବିଧା ପାଇଁ ଏତେ ସଂଖ୍ୟକ ଲୋକଙ୍କୁ ପ୍ଲାଜମା ଦିଆଯାଇ ପାରିଛି । ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସି ଓଡ଼ିଶାକୁ କରୋନା ବିରୋଧୀ ଲଢ଼େଇରେ ଲଢ଼ିବା ପାଇଁ ସହାୟତା କରିଥିବାରୁ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଟ୍ବିଟ କରିଛି । ପ୍ଲାଜମା ଥେରାପିର ସମଗ୍ର ଟିମ୍ ପାଇଁ ଏହା ଏକ ପ୍ରଶଂସନୀୟ ସଫଳତା । ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଆବଶ୍ୟକତା ଥିବା ଯେକୌଣସି ରୋଗୀଙ୍କୁ ପ୍ଲାଜମା ଉପଲବ୍ଧ କରାଯାଇଛି ।

Related posts

ଇଣ୍ଡୋନେସିଆ: ବନ୍ୟାରେ ୨୧ ମୃତ

mahabharatanews

ସିଏମସି ନାମରେ ମିଥ୍ୟା ସଟଡାଉନ: ଗୁଜବକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା

mahabharatanews

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ; ପରେ ପୋଲ ଉପରୁ ଠେଲି ଦେଇଥିଲେ

mahabharatanews