ଵାଣିଜ୍ୟ

ଫଳ, ପନିପରିବାକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡିଶା ହେବ ଆତ୍ମନିର୍ଭରଶୀଳ । ତେଣୁ ଏଥିପାଇଁ ଓଡିଶା ସରକାରଙ୍କ ନଜର ଏବେ ଫଳ ଏବଂ ପନିପରିବା ଉପରେ । ଏସବୁର ଉତ୍ପାଦନ ପ୍ରକ୍ରିୟାକୁ ବୃଦ୍ଧି କରିବା ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ଏଗ୍ରୋ ଜଳବାୟୁ ଜୋନ ପରିପ୍ରେକ୍ଷୀରେ ଫଳ ଏବଂ ପନିପରିବା ଉତ୍ପାଦନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗୁରୁବାର ଲୋକସେବା ଭବନରୁ ଏକ ଭର୍ଚୁଆଲ ମିଟିଙ୍ଗ ଏ ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର । ଏଥିରେ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୁରେଶ କୁମାର ବଶିଷ୍ଟ ରାଜ୍ୟରେ ପନିପରିବା ଏବଂ ଫଳର ଉତ୍ପାଦନର ଉପଲବ୍ଧତା ଉପରେ ବର୍ଣ୍ଣନା କରିଛନ୍ତି ।
ଓଡିଶାରେ ମୋଟ ଫଳ ଉତ୍ପାଦନ ପନିପରିବା ଉତ୍ପାଦନରେ ୨,୪୮୨ ହଜାର ଟନ୍ ୯,୭୯୮ ହଜାର ଟନ୍ ଛୁଇଁଥିବାବେଳେ ମସଲା ଉତ୍ପାଦନରେ ୨୦୨ ହଜାର ଟନ୍ ଅତିକ୍ରମ କରିଥିବା ସୂଚନା ଦେଇଛନ୍ତି ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ।
‘ଉଦ୍ୟାନ କୃଷି ଉତ୍ପାଦନ ସୂଚନା ପ୍ରଣାଳୀ’ (HAPIS)ର ରିପୋର୍ଟ ଅନୁଯାୟୀ ଓଡିଶା ମିଠା ଆଳୁ ଉତ୍ପାଦନରେ ପ୍ରଥମ, ବାଇଗଣରେ ଦ୍ୱିତୀୟ ସ୍ତାନରେ ତିବା ବେଳେ ତରଭୂଜ, ଫୁଲକୋବି, ଭେଣ୍ଡି ଏବଂ ଟମାଟୋ ପଞ୍ଚମ ସ୍ଥାନ ହାସଲ କରିଛି । ସେହିପରି ଜାତୀୟ ସ୍ତରରେ ଲାଉରେ ଷଷ୍ଠ ସ୍ଥାନରେ ପହଞ୍ଚିଛି ଓଡିଶା । ସେହିପରି ଓଡ଼ିଶା କଞ୍ଚା ଫଳ ଉତ୍ପାଦନରେ ଦ୍ୱିତୀୟ, ଲେମ୍ବୁରେ ପଞ୍ଚମ, ସପେତାରେ ସପ୍ତମ, ଆମ୍ବ ଏବଂ କଞ୍ଚା ଫଳରେ ନବମ ସ୍ଥାନ ଅଧିକାର କରିଛି ।
ରେ ସପ୍ତମ, ଆମ୍ବ ଏବଂ କଞ୍ଚା ଫଳରେ ନବମ ସ୍ଥାନ ଅଧିକାର କରିଛି ।
ମସଲା ଉତ୍ପାଦନେ ମଧ୍ୟ ଓଡିଶାର ରେକର୍ଡ ଭଲ ରହିଛି । ୨୦୧୯-୨୦ ରିପୋର୍ଟ ଅନୁଯାୟୀ ଓଡ଼ିଶା ଧନିଆରେ ଷଷ୍ଠ, ଚିଲିରେ ଓ କଦଳୀରେ ସପ୍ତମ ଏବଂ ରସୁଣରେ ଅଷ୍ଟମ ସ୍ଥାନରେ ରହିଛି । ୨୦୧୯-୨୦ ର କୃଷି ଫସଲ ରିପୋର୍ଟ ଅନୁଯାୟୀ ଓଡିଶା ସବୁ ପ୍ରକାର ପନିପରିବା ଉତ୍ପାଦନରେ ସପ୍ତମ ଏବଂ ସମସ୍ତ ପ୍ରକାରର ଫଳଗୁଡିକରେ ୧୧ ତମ ସ୍ଥାନରେ ରହିଥିବା ବିଭିନ୍ନ ତଥ୍ୟରୁ ଜଣାପଡିଛି ।

Related posts

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

mahabharatanews

ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି

mahabharatanews

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

mahabharatanews