ଓଡିଶା

ପ୍ରବାସୀ ଶ୍ରମିକଙ୍କ ଭଡା ଦେବେ ରାଜ୍ୟ ସରକାର

ଭୁବନେଶ୍ବର: ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ସ୍ବତନ୍ତ୍ର ଟ୍ରେନରେ ଓଡ଼ିଶା ଫେରୁଛନ୍ତି । ସେମାନଙ୍କ ଟ୍ରେନ୍ ଭଡ଼ାକୁ ନେଇ କଳାବଜାରୀ ଚାଲିଛି । କେତେକ କ୍ଷେତ୍ରରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ତେଣୁ ଘର ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଆଗଭର ହୋଇଛନ୍ତି । ଶ୍ରମିକଙ୍କ ଏହି ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।
ତେବେ ଏହି ଅର୍ଥ ସେମାନଙ୍କୁ ସଙ୍ଗରୋଧ ନିମନ୍ତେ ଦିଆଯିବାକୁ ଥିବା ପ୍ରୋତ୍ସାହନ ରାଶିରୁ ଭରଣା କରାଯିବ । ରାଜ୍ୟ ସରକାର ପ୍ରବାସୀମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରିଛନ୍ତି ଓ କ୍ବାରେଣ୍ଟାଇନ ଶେଷରେ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବାକୁ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ଶ୍ରମିକଙ୍କୁ ପ୍ରଦାନ କରୁଥିବା ଅର୍ଥ ଅର୍ଥରୁ ଭଡା ଟଙ୍କା କଟାଯିବ ବୋଲି କୁହାଯାଇଛି ।

Related posts

କଲେଜ୍ ରେ ପରୀକ୍ଷା କରିବା ନେଇ ଜାରି ହେଲା ଗାଇଡଲାଇନ୍

mahabharatanews

ବଜ୍ରାଘାତରେ ଯୁବତୀ ମୃତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews