ଓଡିଶା

ଡେଙ୍ଗୁ ଆତଙ୍କ;  ଖୋର୍ଦ୍ଧାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଆହୁରି ୧ମାସ କିମ୍ବା ତା’ଠାରୁ ଅଧିକ ଦିନ ଡେଙ୍ଗୁର ପ୍ରଭାବ ରହିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ଦୃଷ୍ଟିରୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ଚିହ୍ନଟ ହୋଇଥିବା ସମୁଦାୟ ଆକ୍ରାନ୍ତଙ୍କଠାରୁ ବଳିଯିବ ବୋଲି ଆଶଙ୍କା କରାଯାଉଛି। ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ପାର୍ କରିଛି। ଡେଙ୍ଗୁ ପରୀକ୍ଷା ପାଇଁ ଅଧିକ ୪୦ଟି କେନ୍ଦ୍ର ଖୋଲାଯାଇଛି।

ସୂଚନାନୁଯାୟୀ ,  ପୂର୍ବବର୍ଷ ଭଳି ଖୋର୍ଧା ଜିଲ୍ଲା ଓ ଭୁବନେଶ୍ବର ମଧ୍ୟ ଚଳିତବର୍ଷ ଡେଙ୍ଗୁର ହଟ୍‌ସ୍ପଟ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ଖୋର୍ଧା ଜିଲ୍ଲାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାବାଦ୍ ପୁରୀ ୩୯୪, କଟକ ୩୫୩, ବାଲେଶ୍ବର ୩୧୮, ଜଗତସିଂହପୁର ୧୯୭, ନୟାଗଡ଼ ୧୩୫, ସୁନ୍ଦରଗଡ଼ ୯୩, କେନ୍ଦୁଝରରୁ ୯୦ ଆକ୍ରାନ୍ତ ବାହାରିଛନ୍ତି। ଗତବର୍ଷ ଏହି ସମୟରେ ରାଜ୍ୟରେ ୨୧୭୮ ଡେଙ୍ଗୁ ରୋଗୀ ବାହାରିଥିଲେ। ଖୋର୍ଧା ପରେ ଗତବର୍ଷ କୋରାପୁଟ ଜିଲ୍ଲା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଚଳିତବର୍ଷ କୋରାପୁଟ ଅନ୍ୟ ଜିଲ୍ଲା ତୁଳନାରେ ସଂକ୍ରମଣରେ ଭଲ ସ୍ଥିତିରେ ରହିଛି।

Related posts

ଉଦଘାଟିତ ହୋଇଛି ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସ

mahabharatanews

ରାଜ୍ୟରେ ବଢିବ ଶୀତ

mahabharatanews

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ପେଟ୍ରୋଲ ଡିଜେଲ ଦର

mahabharatanews