ଭାରତ

ରାୟପୁର ଗସ୍ତରେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜା

(ଛତିଶଗଡ଼) : ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଛତିଶଗଡ଼ର ରାଜଧାନୀ ରାୟପୁରର ଏକ ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି।

ସୂଚନା ଅନୁସାରେ,  ଛତିଶଗଡ଼ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳୁ ରାୟପୁରର ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହିତ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମନ୍ଦିରର ପ୍ରତିଷ୍ଠାତା ସଭାପତି ପୁରୁନ୍ଦର ମିଶ୍ର ଏବଂ ତାଙ୍କର ପତ୍ନୀ ସରସ୍ୱତୀ ମିଶ୍ର ଉପସ୍ଥିତ ଥିଲେ।

Related posts

୫୦ତମ ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ

mahabharatanews

ଟିକସ ଫାଙ୍କିବା ଘଟଣାରେ ତିନୋଟି ଚାଇନାର ମୋବାଇଲ୍ କମ୍ପାନୀକୁ ନୋଟିସ : ସୀତାରମଣ

mahabharatanews

ଅନଶନ ଭାଙ୍ଗିଲେ ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀ

mahabharatanews