ଓଡିଶାମନୋରଞ୍ଜନ

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

ଭୁବନେଶ୍ୱରବାସିଙ୍କ ପାଇଁ ଖୁସି ଖବର । ଆସନ୍ତା ୧୬ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଷ୍ଟ୍ରିଟ୍ କାର୍ଣ୍ଣିଭାଲରେ ବହୁ କଳାକାର, ବାସ୍ତୁଶାସ୍ତ୍ର ବିଶାରଦ, ଡିଜାଇନର ଓ ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶୀତୁଆ ସକାଳର ମଜ୍ଜା ନେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ଉପଭୋଗ କରିପାରିବେ । ଏହି ମେଳା ମାଷ୍ଟର କ୍ୟାଣ୍ଟିନ ଛକରୁ ଗିରିଦୁର୍ଗା ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ଥ୍ରୀଡି ଆର୍ଟ, ଜୁମ୍ବା, ଲାଇଭ୍ ମ୍ୟୁଜିକ୍, ଡ୍ୟାନ୍ସ, ବିଭିନ୍ନ ପ୍ରଦର୍ଶନ, ଆର୍କିଟେକ୍ଟଙ୍କ ଦ୍ୱାରା ଘରର ସୌନ୍ଦର୍ଯ୍ୟକରଣ, ବର୍ଜ୍ୟରୁ ପ୍ରସ୍ତୁତ ଶ୍ରେଷ୍ଠ ଫ୍ୟାସନ ଡିଜାଇନ୍ ସୋ, ବିଭିନ୍ନ ପେଣ୍ଟିଂ କଳା ଆଦି ପ୍ରଦର୍ଶିତ ହେବ । ଏଥି ସହିତ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁଙ୍କ ଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭରପୁର କାର୍ଯ୍ୟକ୍ରମ ରହିଛି । ସାଂସ୍କୃତିକ ବିଚିତ୍ରା ସହ ଅନେକ ଜାଣିବା କଥା ଶିକ୍ଷା ଲାଭ କରିବାକୁ ମିଳିବ ଏହି ଷ୍ଟ୍ରିଟ୍ କାର୍ଣ୍ଣିଭାଲରେ ।

Patha Utsav 2025 silicon - infocity : r/Bhubaneswar

Related posts

ରାସ୍ତା କଡରୁ ଟିଫିନ ବୋମା ଜବତ

mahabharatanews

ଭାଇରଲ ଭିଡିଓ କୋଭିଡ ପୂର୍ବର

mahabharatanews

ମାଙ୍କୁ ମେଲାଣି,ଚଳଚଞ୍ଚଳ ରାଜଧାନୀ

mahabharatanews