ଖେଳଦେଶ ବିଦେଶ

ପ୍ରଥମ ଇନିଂସରେ ଭାରତ ୧୮୯ ରନରେ ଅଲଆଉଟ୍

କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ଇନିଂସ ଶେଷ ହୋଇଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ୍ ହେବାପରେ ପ୍ରଥମ ଇନିଂସରେ ଭାରତ ୧୮୯ ରନ କରିଛି । ଏହା ପରେ ୨ୟ ଦିନର ଷ୍ଟମ୍ସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୭ ଓ୍ବିକେଟ ହରାଇ ୯୩ ରନ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬୩ ରନରେ ଆଗୁଆ ରହିଛି ।

Watch 1st Test: India vs South Africa, Day 1 Highlights video

ପ୍ରଥମ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୭ ରନ କରିଥିଲେ ଓ ଓ୍ବାସିଂଟନ ସୁନ୍ଦର ୨୯ ରନ କରିଥିଲେ ।  ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାର୍ମର ୪ଟି ଓ ମାର୍କୋ ଜାନସେନ ୩ଟି ଓ୍ବିକେଟ ନେଇଥିଲେ । ୨ୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଟେମ୍ବା ବାଭୁମା ସର୍ବାଧିକ ୨୯ ରନ କରିଛନ୍ତି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୪ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

IND vs SA 1st Test Day 3 Highlights: Proteas win by innings and 32 runs |  News - Business Standard

Related posts

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

mahabharatanews

ଭାରତକୁ ଆଉ ଏକ ସଫଳତା; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

mahabharatanews