ଓଡିଶା

ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି

ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବ୍ୟାପକ ଜଣସଚେତନତା ମାଧ୍ୟମରେ ଏହି ସଂଖ୍ୟା ହ୍ରାସ କରିହେବ । ଏଥିପାଇଁ  ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ ବୋଲି ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି ।

ଆଜି ଏ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁରଙ୍କ ସହ ଆଲୋଚନା କରିବା ସହ ଶୂନ ମୃତାହତ ପକ୍ଷ ପାଳନକୁ ସଫଳ କରିବା ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।

Related posts

ସ୍କୁଲ୍ ମିଶ୍ରଣକୁ ବିରୋଧ, ୟୁନିଟ୍‌-୯ ବାଳିକା ବିଦ୍ୟାଳୟରେ ତାଲା

mahabharatanews

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews