ଅପରାଧ

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

(ମହାଭାରତ/ମୟୂରଭଞ୍ଜ): ଜିଲ୍ଲାର ବଡସାହି ଥାନା ଇଲାକାରୁ ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ମୟୂରଭଞ୍ଜ ପୁଲିସ । ପୁଲିସ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅମିତ ସେନାପତିକୁ ମଧ୍ୟ ପୁଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ବଡସାହିର ବସନ୍ତ ସେନାପତିଙ୍କ ପୁଅ ଅମିତ୍ ବାରିପଦାରେ ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ୨ ବର୍ଷ ଡିପ୍ଲୋମା ଛାତ୍ର । ଗତ ନଭେମ୍ବର ୨୪ ତାରିଖ ଅପରାହ୍ନରେ ଅମିତ ବଡସାହି ଥାନା ଅଧୀନରୁ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ କୌଶଳକ୍ରମେ ଅପହରଣ କରି ନେଇଥିଲା । ଏଥିନେଇ ନାବାଳିକାଙ୍କ ବାପା ଏସପିଙ୍କ ନିଟକରେ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜଣେ ଇନିସପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଅପହୃତାଙ୍କୁ ଖୋଜିବାକୁ ବାହାରି ଯାଇଥିଲେ । ଅନେକ ଖୋଜିବା ପରେ ମୋବାଇଲ ଟ୍ରାକ କରି ତଥା ଅମିତଙ୍କ ସମ୍ପର୍କୀୟଙ୍କ ସହାୟତାରେ ତାମିଲନାଡୁରୁ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ଅମିତକୁ ଗିରଫ କରିଛି । ସେମାନଙ୍କୁ ନେଇ ପୁଲିସ ମୟୂର ଭଞ୍ଜ ଫେରୁଛି । ସୋମବାର ସେମାନେ ମୟୂରଭଞ୍ଜରେ ପହଞ୍ôଚବେ ।

Related posts

୪ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

mahabharatanews

ଆତ୍ମ ସମର୍ପଣ କଲେ ମାଓବାଦୀ

mahabharatanews

ସାବତ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

mahabharatanews