ଓଡିଶା

ଚଳିତ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ

 (ଭୁବନେଶ୍ୱର) : ଚଳିତ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କହିବାକୁ ଗଲେ  ୨୦୧୮ରୁ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ।  ଶିକ୍ଷା ଅନୁଷ୍ଠାନରେ ନିର୍ବାଚନ ହେବା ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହୁଏ। ସଠିକ୍ ସମୟରେ ୟୁଜି ଓ ପିଜି ପିଲାଙ୍କ ରେଜଲ୍ଟ ପ୍ରକାଶ ପାଏ ନାହିଁ। ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି।

ସୂଚନାନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । କେଉଁ କେଉଁ ଦିନ ଛୁଟି ହେବ ଉଲ୍ଲେଖ ରହିଛି ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।

Related posts

 ଘନ କୁହୁଡ଼ି : ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି

mahabharatanews

ବମକେଇ ଗାଁ ୭ ଦିନ ପାଇଁ ସଟଡାଉନ

mahabharatanews

ଆଗାମୀ ୨ଦିନ ପାଗ କୋହଲା

mahabharatanews