ଓଡିଶା

ପୁଣି ବଦଳିଲା ନିଷ୍ପତ୍ତି, ୧୪ରୁ ନୁହେଁ ଫେବ୍ରୁଆରୀ ୨୮ରୁ ପିଲା ଆସିବେ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ହେଲା ପିଲାମାନେ ସ୍କୁଲ୍ ଯାଇନାହାନ୍ତି । ତେଣୁ ପିଲାଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପଡିଛି। ଏହିସବୁ ପରିସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯାଇଛି । ସେହିପରି ଆସନ୍ତା ୧୪ରୁ ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି ନିଷ୍ପତ୍ତିରେ ଟିକେ ପରିବର୍ତ୍ତନ କରାଯାଇଛି। ଏବେ ଆସନ୍ତା ୧୪ରୁ ସ୍କୁଲ ଖୋଲିଲେ ମଧ୍ୟ ପିଲାମାନେ ୨୮ରୁ ସ୍କୁଲ ଆସିବେ । ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ୍ କରିପାରିବେ । ଏନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ସୂଚନା ଜାରି ହୋଇଛି । ଫେବ୍ରୁଆରୀ ୨୮ରୁ ସ୍କୁଲରେ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଫେବ୍ରୁଆରୀ ୧୪ରେ କିନ୍ତୁ ଖୋଲିବ ସ୍କୁଲ । ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ, କର୍ମଚାରୀ ମାନେ ଆସିବେ ଓ ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି । ଭୋଟ ପାଇଁ ସ୍କୁଲରେ ବୁଥ୍ ହେବାର ଥିବାରୁ ସରକାର ଏପରି ପଦକ୍ଷେପ ନେଇଥିବା ସୂଚନ ରହିଛି ।

Related posts

ବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନ

mahabharatanews

ଚୋରା ବୋଲେରୋକୁ ଉଦ୍ଧାର କଲା ପଣ୍ଡାପଡ଼ା ପୋଲିସ

mahabharatanews

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

mahabharatanews

Leave a Comment