ଅପରାଧଓଡିଶା

ଗାଡ଼ି ଚଳାଚଳ ବନ୍ଦ, କେମିତି ଚଳିବେ ଅଟୋ ଚାଳକ

(ରିପୋର୍ଟର୍ସ ଟୁଡେ/ସରୋଜ କୁମାର ରାଉତ): କରୋନାର ଦ୍ୱିତୀୟ ଲହର ଜନଜୀବନକୁ ବହୁ କ୍ଷତି ପହଞ୍ଚାଇଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଅନେକ କଟକଣା କରାଯାଇଛି। ଓଡ଼ିଶାରେ ମଧ୍ୟ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଛି। ତେବେ ଲକଡାଉନ୍ ଓ ଶଟଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବେପାରୀ। ଏପରିକି ଦୈନିକ ଅଟୋ ଚଳାଇ ପେଟ ପୋଷୁଥିବା ଅଟୋଚାଳକ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ଗତ ବର୍ଷ କରୋନାର ପ୍ରଥମ ଲହରରେ ୬ମାସରୁ ଅଧିକ ସମୟ ଅଟୋ ନଚଳାଇ ବଡ଼ କଷ୍ଟରେ ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ଏମିତିକି ଟଙ୍କା ଧାର ଉଧାର କରି, ଘରର ସୁନା ବନ୍ଧକ ରଖି ଚଳିଥିଲେ। ଏବେ ପୁଣି ଦେଢ ମାସ ହେବ ଲକଡାଉନ୍ ହେବା ଦ୍ୱାରା ସେମାନଙ୍କ ମୁଣ୍ଡରେ ଚଡ଼କ ପକାଇଛି। କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପଦକ୍ଷେପ ଠିକ୍। ତେବେ ରୋଜଗାର ନଥିବା ଅଟୋ ଚାଳକଙ୍କୁ ପରିବାର ପ୍ରତିପୋଷଣ ଲାଗି କିଛି ପ୍ରୋତ୍ସାହନ ରାଶି ଯୋଗାଇବାକୁ ଦାବି କରିଛନ୍ତି ଅଟୋଚାଳକ ସଂଘ। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୯୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related posts

ନାଗରିକତା ବିଧେୟକକୁ ଶିବସେନାର ବିରୋଧ

mahabharatanews

ସିଏଏ ବିରୋଧରେ ସୋନପୁର ବନ୍ଦ

mahabharatanews

ଆସୁରକ୍ଷିତ ସରକାରୀ ବାବୁ, ବଢୁଛି ଆକ୍ରମଣ

mahabharatanews