ଓଡିଶା

ବାଲୁକାକଳାରେ ହାଣ୍ଡିଶାଳର ପିଆଜ ସ୍ଥିତିକୁ ଦର୍ଶାଇଲେ ସୁଦର୍ଶନ

(ମମତା ସାମଲ/ମହାଭାରତ): ପିଆଜଦର ଏବେ ଆକାଶଛୁଆଁ ହୋଇଥିବା ବେଳେ ହାଣ୍ଡିଶାଳରୁ ଆରମ୍ଭ କରି ହୋଟେଲ ପର୍ୟ୍ୟନ୍ତ ପିଆଜ ଉଭାନ ହୋଇଯାଇଛି। ଏବେ ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ ଟଙ୍କାରେ ବିକ୍ରି ହେଉଛି। ଆଗାମୀ ଦିନରେ ଏହି ଦର ଦେଢ଼ଶହ ଛୁଇଁବ ବୋଲି ଆଶା କରାଯାଉଛି। ଏହାକୁ ନେଇ ପୂର୍ବରୁ କରିଥିବା ଏକ ବାଲୁକାକଳାକୁ ନିଜର ଟୁଇଟର ପୃଷ୍ଠାରେ ଶେୟାର କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପିଆଜ ଖାଇବା ସାଧାରଣଲୋକଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଛନ୍ତି।
ରାଜ୍ୟର ପ୍ରମୁଖ ପରିବା ହାଟ ଛତ୍ରବଜାରରେ ପିଆଜ ସଙ୍କଟ ଦେଖାଦେଇଛି। ପ୍ରତିଦିନ ବଜାରରେ ୧୫୦ଟନ୍‌ ପିଆଜର ଆବଶ୍ୟକତା ରହିଥିବା ବେଳେ ଏବେ ୪ଟନ ପିଆଜ ଏହାକୁ ପୂରଣ କରୁଛି। ତେବେ ଜାନୁଆରୀ ୧୦ପରେ ପିଆଜ ଦର ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

Related posts

ରାଜ୍ୟରେ କରୋନା ସଂକ୍ରମଣ ଶହେ ତଳେ ରହିଛି : ୬୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ମକରଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews