ଓଡିଶା

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

(ଜୟନ୍ତ କୁମାର ସେଠୀ/ପୁରୀ): ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକକୁ ନେଇ ତାଙ୍କର ପ୍ରଶଂସକ , ଶୁଭେଚ୍ଛୁମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ମହାନ କଳାକାରଙ୍କୁ ନିଜର ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୁରୀ ବେଳାଭୂମିରେ ବିଜୟ ମହାନ୍ତିଙ୍କ ଏକ ଆକର୍ଷଣୀୟ ବାଲୁକା କଳାକୃତି ପ୍ରସ୍ତୁତ କରି ଏହି ବିଶିଷ୍ଟ କଳାକାରଙ୍କ ନିଧନ, ଏକ ଯୁଗର ସମାପ୍ତି ବୋଲି ଦର୍ଶାଇଛନ୍ତି ।
ସେହିପରି ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବିଶିଷ୍ଟ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ସ୍ୟାଣ୍ଡ ଆନିମେସନରେ ବିଜୟ ମହାନ୍ତିଙ୍କ ପ୍ରତିଛବି ନିର୍ମାଣ କରି ସଂସ୍କୃତିର ସଂଗ୍ରାମୀଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହି ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା ।

Related posts

ହତ୍ୟା ଅଭିଯୁକ୍ତର ଜେଲରେ ମୃତ୍ୟୁ

mahabharatanews

ହକି ବିଶ୍ଵକପ: ପ୍ରତି ୱlର୍ଡରେ ହେବ ପଦଯାତ୍ରା

mahabharatanews

କୁମାର ପୂର୍ଣ୍ଣିମା: ବଡି ଭୋରୁ କୁମାରୀଙ୍କ ପୂଜାର୍ଚ୍ଚନା

mahabharatanews