(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏଠାରେ କରୋନାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଫଳରେ ଏହି ମହାମାରୀ ଭୟରେ ଲୋକେ ଆତ୍ମହତ୍ୟା ଭଳି ପନ୍ଥା ଆପଣାଉଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପୁଅ ଅସୁସ୍ଥ ହୋଇ ମୃତ୍ୟୁବରଣ କରି୍ବା ପରେ ତାଙ୍କ ବାପା ମାଆ ଆତ୍ମହତ୍ୟା କରିଛନ୍ତି । ପୁଅ କାଳେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ସନ୍ଦେହ କରି ତାଙ୍କ ବାପା ମାଆ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ନାରାୟଣପୁର ଶାସନର ସିମାଞ୍ଚଳ ଶତପଥୀ ନାମକ ଜଣେ ଶିକ୍ଷକ ଅସୁସ୍ଥ ହୋଇ ଏକ ମେଡିକାଲରେ କିଛି ଦିନ ଧରି ଚିକିତ୍ସାଧିନ ଥିଲେ । ତେବେ କାଳେ ତାଙ୍କୁ କରୋନା ହୋଇଥିବ ଏହି ସନ୍ଦେହରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ତେବେ ପୁଅର ମୃତ୍ୟୁ ଖବର ପାଇ ତାଙ୍କ ବାପା ମାଆ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ବାପା ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ବେଳେ ମା ସୁଲୋଚନା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏପରିକି କରୋନା ସଂକ୍ରମଣ ଭୟରେ ଉଭୟଙ୍କ ମୃତଦେହ ପାଖକୁ କେହି ଆସୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post