ଓଡିଶାଖେଳ

ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନ

ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ପୁରୁଷ ବିଭାଗ ଫାଇନାଲରେ ଢେଙ୍କାନାଳ ଓ କଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଟକ (୨୭ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଢେଙ୍କାନାଳ (୧୬ ପଏଣ୍ଟ) ରନର୍ସଅପ ହୋଇଛି । ଅନ୍ୟପକ୍ଷରେ ସେମି ଫାଇନାଲରେ କଟକ (୩୪ ପଏଣ୍ଟ) ଠାରୁ ଓଡିଶା ପୋଲିସ (୩୨ ପଏଣ୍ଟ) ଓ ଢେଙ୍କାନାଳ (୨୭ ପଏଣ୍ଟ) ଦ୍ବାରା ନୂଆପଡା (୨୫ ପଏଣ୍ଟ) ପରାଜିତ ହୋଇ ଉଭୟ ଓଡିଶା ପୁଲିସ ଏବଂ ନୂଆପଡା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ସେହିଭଳି ମହିଳା ବିଭାଗରେ ପୂର୍ବତଟ ରେଳବାଇ ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ପୂର୍ବତଟ ରେଳବାଇ ( ୩୮ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଓ ଢେଙ୍କାନାଳ (୧୩ ପଏଣ୍ଟ) ରନର୍ସ ଅପ ହୋଇଛନ୍ତି ।

ସେହିଭଳି ମହିଳା ବିଭାଗ ସେମି ଫାଇନାଲରେ ପୂର୍ବତଟ ରେଳବାଇ (୪୫ ପଏଣ୍ଟ) ଦ୍ବାଲରା କିଟ ବିଶ୍ବବିଦ୍ୟାଳୟ (୮ ପଏଣ୍ଟ) ଓ ଢେଙ୍କାନାଳ(୨୯ ପଏଣ୍ଟ) ଦ୍ବାରା ଗଞ୍ଜାମ (୨୬ ପଏଣ୍ଟ) ପରାଜିତ ହୋଇ କିଟ ବିଶ୍ବବିଦ୍ୟାଳୟ ଏବଂ ଗଞ୍ଜାମ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ପ୍ରତ୍ୟେକ ଚମ୍ପିୟନ ଟିମକୁ ୩୦ ହଜାର ଟଙ୍କା, ରନର୍ସ ଅପ ମାନଙ୍କୁ ୨୦ ହଜାର, ତୃତୀୟ ସ୍ଥାନ ନିମନ୍ତେ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ପ୍ରତ୍ୟେକ ବିଭାଗରୁ ୩ ଜଣ ଶ୍ରେଷ୍ଠ ଖେଳାଳି ମାନଙ୍କୁ ପ୍ରତ୍ୟେକ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଶ୍ରୀ ରବି ପ୍ରତିହାରୀ ପ୍ରମୁଖ କୋଚ ଏବଂ ଅଫିସିଆଲ ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଖେଳାଳି, କବାଡି ପ୍ରଶିକ୍ଷିକା ସଂହିତା ଦାସ, ଜୁଡୋ ପ୍ରଶିକ୍ଷିକା ସବିତା ନନ୍ଦ ଓ ଟିମ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Related posts

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ଡକାୟତି ଗ୍ୟାଙ୍ଗଙ୍କୁ ଗରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ

mahabharatanews

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା 

mahabharatanews