Uncategorized

ଆମେରିକୀୟ ନୌସେନାର ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ

ନୂଆଦିଲ୍ଲୀ: ଚୀନର ବିସ୍ତାରବାଦକୁ ନେଇ ବିଶ୍ୱବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଆମେରିକୀୟ ନୌସେନା ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ ଆରମ୍ଭ କରି ଦେଇଛି । ଲଦାଖରେ ଚୀନ ସହିତ ଭାରତର ସୀମା ବିବାଦକୁ ନେଇ ଉତ୍ତେଜନା ଜାରି ରହିଥିବା ସମୟରେ ଆମେରିକା ଏହି ପଦକ୍ଷେପ ନେଇ ଭାରତକୁ ନିଜର ସମର୍ଥନ ଜଣାଇବା ସହ ହଂକଂରେ ଜାରି ଚୀନର ଦମନଲୀଳା ବିରୋଧରେ ଠିଆହୋଇଛି।
ୟୁଏସଏସ ନିମିଜ(ସିଭିଏନ ୬୮) ଏବଂ ୟୁଏସଏସ ରୋନାଲ୍ଡ(ସିଭିଏନ ୭୬) ଦକ୍ଷିଣ ଚୀନ ସାଗରରେ ସ୍ବତନ୍ତ୍ର ଏବଂ ମୁକ୍ତ ଇଣ୍ଡୋ-ପାସିଫିକ ଅଞ୍ଚଳକୁ ସମର୍ଥନ କରି ଅଭ୍ୟାସ କରୁଛି ବୋଲି ଆମେରିକାର ଆକ୍ରେଡିଶନ ଇନ୍‌ ପବ୍ଲିକ ରିଲେଶନ ଆଣ୍ଡ ମିଲିଟାରୀ ପବ୍ଲିକ ଆଫେୟାର୍ସ ଅଧିକାରୀ ଲ୍ୟୁଟନାଣ୍ଟ କମାଣ୍ଡର ଶନ୍‌ ବ୍ରୋଫି କହିଛନ୍ତି । ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ପୂର୍ବରୁ କହିଥିଲେ, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକୁ ଚୀନଠାରୁ ବିପଦ ଥିବାରୁ ଆମେରିକା ୟୁରୋପରୁ ନିଜର ସୈନ୍ୟବଳଙ୍କୁ ସ୍ଥାନାନ୍ତର କରି ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ ମୁତୟନ କରୁଛି।

Related posts

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ଲଞ୍ଚ ହେବ 

mahabharatanews

ସୁଦାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡାଦେଶ

mahabharatanews

ପର୍ଣ୍ଣୋଗ୍ରାଫୀ ଉପରେ ନିୟନ୍ତ୍ରଣ ପାଇଁ ସଂଗଠିତ ହେବାକୁ ହେବ: ରବି ଶଙ୍କର

mahabharatanews