ସୁନ୍ଦରଗଡ: ସୁନ୍ଦରଗଡର ଯୁବକ ସମ୍ମାନଜନକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ୩୦ ସେକେଣ୍ଡରେ ୪୦ ଥର ପୁସଅପ ପାଇଁ ସେ ଏହି ରେକର୍ଡର ହକଦାର ହୋଇଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ୟଶରାଜ କହିଛନ୍ତି ସୁପରମ୍ୟାନ ପୁସଅପ ସହଜ ନଥିଲା । ପୂର୍ବରୁ ପଞ୍ଜାବରେ ଜଣେ ଯୁବକ ୩୦ ସେକେଣ୍ଡରେ ୩୦ ଥର ଥର ପୁସଅପ କରି ଏହି ସମ୍ମାନର ଅଧିକାରୀ ହୋଇଥିଲେ । ତେବେ ସେ ପୂର୍ବ ରେକର୍ଡ ଭାଙ୍ଗିଥିବା ୟଶରାଜ କହିଛନ୍ତି ।
ସେ ଆହୁରି କହିଛନ୍ତି, ସେ ସୁନ୍ଦରଗଡର ସୋମନାଥ ରାୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଦୁଃସାହସିକ କ୍ଷେତ୍ରକୁ ଯାଇଥିଲେ । ସୋମନାଥ ପୂର୍ବରୁ ତାଙ୍କ ଶରୀରଠାରୁ ୨୫ କିଲୋ ଅଧିକ ଭାର ଉତ୍ତୋଳନ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ ।
୧୭ ବର୍ଷୀୟ ୟଶରାଜ ସୁନ୍ଦରଗଡ ଟାଉନରେ ବସବାସ କରୁଥିବା ଉଷା ସ୍ୱର୍ଣ୍ଣକାର ଓ ମନୋଜ ସ୍ୱର୍ଣ୍ଣକାରଙ୍କ ସାନ ପୁଅ । ୟଶରାଜଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । କରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଏହି ଯୁବକ ନିଜ ସମୟକୁ ଗଠନମୂଳକ ଦିଗରେ ଉପଯୋଗ କରି ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ।
previous post