ଖେଳ

ଶାର୍ଦ୍ଦୁଳଙ୍କ ଦମଦାର ଇନିଂସ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ, ବରଂ ବ୍ୟାଟିଂରେ କମାଲ ଦେଖାଇ ଭାରତକୁ ଏକ ବିପଦରୁ ପୁଣିଥରେ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି । ଏଥିସହ ଏକ ରେକର୍ଡର ମଧ୍ୟ ସେ ଅଧିକାରୀ ପାଲଟିଛନ୍ତି ।
ପ୍ରଥମେ ଘରୋଇ ଟିମ ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ତେବେ ଭାରତ ପୁଣି ଥରେ ତୃତୀୟ ମ୍ୟାଚର ସ୍ଥିତି ଦୋହରାଇଥିଲା । ପୁଣିଥରେ ଇଂଲଣ୍ଡର ବୋଲର ଭାରୀ ପଡିଥିଲେ ଭାରତୀୟ ଖେଳାଳୀଙ୍କ ଉପରେ । ସସ୍ତାରେ ଓପନର ରୋହିତ ଶର୍ମା ଏବଂ ରାହୁଲ ଆଉଟ ହେବା ପରେ ପୂଜାରାଙ୍କ ବ୍ୟାଟ ମଧ୍ୟ ପୁଣି ଥରେ ଶାନ୍ତ ରହିଥିଲା । ତେବେ ଅଧିନାୟକ ବିରାଟ କୋହଲୀ ଦଳର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେପଟେ ଜାଡେଜାଙ୍କୁ ଉପରେ ଖେଳାଇବାର ପ୍ଲାନ ବି ଫେଲ ମାରିଥିଲା । ରାହାଣେ ଏବଂ ପନ୍ତ ଆଉ ଥରେ ଭୁଲ ପ୍ରମାଣିତ କରିଥିଲେ ଚୟନକର୍ତ୍ତାଙ୍କ ଆଶା ଓ ବିଶ୍ୱାସକୁ । ଏହାପରେ କିନ୍ତୁ ପଡିଆରେ ଆସିିଥିଲା ଏକ ବିରାଟ ଝଡ । ଏହି ଝଡର ନାଁ ଥିଲା ଶାର୍ଦ୍ଦୁଳ ଠାକୁର । ବିରାଟ, ରୋହିତ ଏବଂ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଇଂଲଣ୍ଡ ଦଳ ଅଙ୍କ କଷିଥିବା ବେଳେ ହଠାତ ସିଲାବସ ବାହାରୁ ଆସିଥିଲେ ଲର୍ଡ ଶାର୍ଦ୍ଦୁଳ । ଟେଷ୍ଟ ମ୍ୟାଚରେ ତାଙ୍କ ଖେଳର ଅନ୍ଦାଜ ଥିଲା ଟ-ଟ୍ୱେଣ୍ଟି ପ୍ରକାରର । ମାତ୍ର ୩୨ଟି ବଲରେ ସେ ନିଜର ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡରେ ନିଜ ନାମକୁ ଯୋଡିଥିଲେ । ଇଂଲଣ୍ଡରେ ଟେଷ୍ଟ କ୍ରିକେଟରେ ଏହା ହେଉଛି ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ । ସମସ୍ତଙ୍କୁ ପଛରେ ପକାଇ ସେ ଏହି ରେକର୍ଡରେ ପ୍ରଥମ ହୋଇଛନ୍ତି । ଅର୍ଦ୍ଧଶତକ ପାଳି ଭିତରେ ସେ ବଲକୁ ୯ ଥର ବାଉଣ୍ଡ୍ରି ବାହାରକୁ ପଠାଇଥିଲେ । ୬ଟି ଚୌକା ଏବଂ ତିନୋଟି ଛକ୍କା ସହ ସେ ନିଜର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ ।


ପ୍ରଥମ ଇନିଂସରେ ମାତ୍ର ୩୬ଟି ବଳ ଖେଳି ଦଳ ତରଫରୁ ୫୭ ରନର ପାଳି ଖେଳିଥିଲେ । ଯେଉଁଥିରେ ସାମିଲ ଥିଲା ୭ଟି ଚୌକା ଏବଂ ୩ ଟି ଛକ୍କା । ଏହି ପାଳି ବ୍ୟତୀତ ଉମେଶ ଯାଦବଙ୍କ ସହିତ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଥିଲେ ଯାହା ଭାରତକୁ ଶେଷ ସମୟରେ ୧୯୧ ରନ ପର୍ଯ୍ୟନ୍ତ ପହଞ୍ଚାଇଛି । ଶାର୍ଦ୍ଦୁଳଙ୍କ ବ୍ୟତୀତ ବିରାଟ ୫୦ ରନ କରିଥିଲେ । ଏ ଦୁଇ ଖେଳାଳୀଙ୍କ ବ୍ୟତୀତ ଅନ୍ୟ କେହି ଭଲ ପାଳି ଖେଳି ପାରି ନଥିଲେ । ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୫୩-୩ ଥିଲା ।

Related posts

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମା

mahabharatanews

୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ

mahabharatanews