ମନୋରଞ୍ଜନ

ବଡ ପରଦାରେ ଆସୁଛି ‘ରାମାୟଣ’

(ମୁମ୍ବାଇ) : ବଲିଉଡ୍‌ରେ ଅ‌ନେକ ଦିନରୁ ‘ରାମ‌ାୟଣ’ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ, ପ୍ରଭୁ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।

ସୂଚନାନୁଯାୟୀ,  ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଅଭିନେତା ମେ’ ୨୦୨୪ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ମାତା ସୀତାଙ୍କ ଚରିତ୍ର ପାଇଁ ପ୍ରଥମେ ଆଲିଆ ଭଟ୍ଟଙ୍କୁ ଅଫର ଦିଆଯାଇଥିବା ବେଳେ ସେ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମର ଅଫରକୁ ଗ୍ରହଣ କରିପାରିନଥିଲେ। ପରେ ସାଇ ପଲ୍ଲବୀଙ୍କୁ ଏହି ଅଫର ମିଳିଥିଲା।

Related posts

କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ

mahabharatanews

ମହିଳାଙ୍କୁ କିସ୍ କରି ଚର୍ଚାରେ ସଲମାନ ଖାନ  

mahabharatanews

ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ରଣବୀର-ଆଲିଆ

mahabharatanews