ଭାରତ

ନିଜ ଦଳର ନାମ ଘୋଷଣା କଲେ ସୁପରଷ୍ଟାର ବିଜୟ

 (ତାମିଲନାଡୁ): ତାମିଲ ସୁପରଷ୍ଟାର ଥାଲାପଥି ବିଜୟ ଏବେ ରାଜନୀତି ଜଗତରେ ପ୍ରବେଶ କରିଛନ୍ତି । ଆଜି ସେ ତାଙ୍କ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ଏହି ଅଭିନେତା ତାଙ୍କ ଦଳର ନାମ ‘ତାମିଝା ଭେଟ୍ରି କାଝାଗମ’ ରଖିଛନ୍ତି ।

ସୂଚନାନୁଯାୟୀ , ଅଭିନେତା ବିଜୟଙ୍କର ତାମିଲନାଡୁ ଏବଂ କେରଳରେ ବିପୁଳ ପ୍ରଶଂସକ ଅଛନ୍ତି ଏବଂ ସେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି । ସେ ୨୦୧୮ରେ ଥୁଥୁକୁଡି ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ, ଯାହା ତାଙ୍କ ରାଜନୈତିକ ପଦାର୍ପଣର ଗମ୍ଭୀରତାର ସଙ୍କେତ ଦେଇଥିଲା। ସେବେଠାରୁ ସାଉଥ୍ ସୁପରଷ୍ଟାରଙ୍କ ଫ୍ୟାନ୍ କ୍ଲବ୍ ବିଜୟ ମକ୍କାଲ ଇୟାକ୍କମ୍ ରାଜନୈତିକ କାର୍ଯ୍ୟକ୍ରମରେ ବେଶ୍ ସକ୍ରିୟ ରହିଛି ଏବଂ ତାମିଲନାଡୁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛି।

Related posts

ଜଳୁଛି ରାଜସ୍ଥାନ

mahabharatanews

ଅଟା ମିଲକୁ ବୋମା ତିଆରି ମେସିନରେ ପରିଣତ କରିଥିଲେ ଆତଙ୍କବାଦୀ

mahabharatanews

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews