ଓଡିଶା

ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍‌

(କଟକ) : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍‌ ହୋଇଛି । ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ନାମ ସୁପାରିସ୍‌ କରିଛି କଲେଜିୟମ୍‌ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ପଦବୀ ଖାଲି ପଡ଼ିଥିଲା । ପାଟ୍‌ନା ହାଇକୋର୍ଟର ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ ବର୍ଷ ଧରି କରିଛନ୍ତି । ୨୦୧୨ ଏପ୍ରିଲ ୫ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

ସୂଚନାନୁଯାୟୀ , ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜିବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କିଶାନ କୌଶଲଙ୍କୁ ନେଇ ଗଠିତ କଲେଜିୟମ ଆଜି ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି । ଏବେ ପୋଷ୍ଟ ଅଫିସରେ ମାଧ୍ୟମରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍ ୦୦ :୦୦ ୧୯୬୩ ଜାନୁୟାରୀ ୨୦ତାରିଖରେ ଜନ୍ମିତ ୬୦ବର୍ଷୀୟ ଜଷ୍ଟିସ ଶରନ ସିଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।

Related posts

ଗଜପତି ମହୋତ୍ସବ-୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

mahabharatanews

ବନ୍ୟା ଘେରରେ ପୁରୀ ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତ

mahabharatanews