ଅପରାଧ

ଅଶାରାମ ବାପୁଙ୍କ ଆବେଦନକୁ ଖାରଜ

(ନୂଆଦିଲ୍ଲୀ): ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାବା ଆଶାରାମ ବାପୁଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେ ଦୁଷ୍କର୍ମ ମାମଲାରେ ପାଇଥିବା ଆଜୀବନ କାରାଦଣ୍ଡକୁ ଅସ୍ଥାୟୀ ରୂପେ ଖାରଜ କରି ମେଡିକାଲ ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ଖଲାସ କରାଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନା କରିଥିଲେ । ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଜେଲରେ ଆଶରାମ ବାପୁଙ୍କୁ ସମସ୍ତ ପ୍ରକାରର ଆୟୁର୍ବେଦିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଖଣ୍ଡପୀଠ କହିଛି । ଆବେଦନ ଆଗ୍ରାହ୍ୟ କରିବା ବେଳେ ଜଷ୍ଟିସ ବାନାର୍ଜୀ କହିଛନ୍ତି “ସରି, ସବୁ କିଛିକୁ ଦେଖିବା ପରେ ଏହା ଏକ ସାମାନ୍ୟ ମାମଲା ନୁହେଁ ବୋଲି ହୃଦୟବୋଧ ହେଉଛି । ଆବେଦନକାରୀଙ୍କୁ ସମସ୍ତ ପ୍ରକାରର ଆୟୁର୍ବେଦ ଚିକିତ୍ସା ଜେଲରେ ଯୋଗେଇ ଦିଆଯିବ । ସେ ସବୁ ପ୍ରକାରର ଚିକିତ୍ସା ପାଇବେ ବୋଲି ପ୍ରଶାସନ ପ୍ରତିଶୃତି ଦେଇଛି । ଆୟୁର୍ବେଦିକ ଚିକିତ୍ସା ଜାରି ରଖିବାରେ କୌଣସି ସମସ୍ୟା ନାହିଁ । ଆମେ ଜେଲ କର୍ତ୍ତୁପକ୍ଷଙ୍କୁ ଉପଯୁକ୍ତ ଆୟୁର୍ବେଦିକ ଚିକିତ୍ସା ଉପରେ ଧ୍ୟାନ ଦେବାକୁ କହିବୁ ।

Related posts

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ

mahabharatanews

କୋଇଲା ବୋଝେଇ ଗାଡି ଜବତ, ୩ ଗିରଫ

mahabharatanews

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

mahabharatanews