ଅପରାଧଓଡିଶା

କୋଇଲା ବୋଝେଇ ଗାଡି ଜବତ, ୩ ଗିରଫ

(କଣିହାଁ/ଜ୍ୟୋତିରଞ୍ଜନ ଧର) : କୋଇଲା ଚୋରି କରୁଥିବା ଅଭିଯୋରେ ଏନଟିପିସି ଥାନା ୩ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଡସଢଶ ଗ୍ରାମର ପୁରେନ୍ଦ୍ର ବେହେରା,ବଡପଦା ଗାଁର ବାଉରିବନ୍ଧୁ ମହାନ୍ତି ଓ ଦଣସିଂହା ଗ୍ରାମର ଉମାକାନ୍ତ ମହାନ୍ତି ।

ସୂଚନାନୁଯାୟୀ , ବାରମ୍ବାର ବେଆଇନ ଚୋରା କୋଇଲା ଚାଲଣ ବିଷୟରେ ଅଭିଯୋଗ ହୋଇଆସୁଥିଲା । କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଗତକାଲି ଭୋର ପ୍ରାୟ ୫ଟା ବେଳେ ଚୋରା କୋଇଲା ବୋଝେଇ ମିନିଟ୍ରକ ଆସୁଥିବା ନେଇ ପୋଲିସ ଅତର୍କିତ ଚଢାଉ କରି କୋଇଲା ବୋଝେଇ ଟ୍ରକ ସହ ୨ ଜଣକୁ ଘଟଣା ସ୍ଥଳରୁ ଗିରଫ କରିଛି । ଗିରଫ କରିଥିବା ଦୁଇ ଜଣକୁ ପୁଲିସ ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ତାଙ୍କ ଆଉ ଜଣେ ସହଯୋଗିଙ୍କ ନାଁ କହିଥିଲେ ।ଦୁଇ ଅଭିଯୁକ୍ତ କହିବାନୁଯାୟୀ ପୁଲିସ ଅନ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଚଢାଉ ଆରମ୍ଭ କରିଥିଲା । ଶେଷରେ ସେମାନଙ୍କ ଅନ୍ୟତମ ସହଯୋଗୀକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି ।

Related posts

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

mahabharatanews

ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ପାଇଁ ଉଚ୍ଚସ୍ତରୀୟ ବୈଠକ

mahabharatanews

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା

mahabharatanews