ଭାରତ

ଆଜି ହେବ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

(ଦିଲ୍ଲୀ) : ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବେ । ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ସହ କେଜ୍ରିୱାଲଙ୍କ ସମ୍ଭାବ୍ୟ ଜାମିନକୁ ବିରୋଧ କରିଛି । ନିର୍ବାଚନରେ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ ବୋଲି କହିଛି ଇଡି ।

ସୂଚନାନୁଯାୟୀ , ସୁପ୍ରିମକୋର୍ଟରେ ଇଡି ନିଜ ଯୁକ୍ତିରେ ଦର୍ଶାଇଛି ଯେ କେଜ୍ରିୱାଲ ନିର୍ବାଚନ ଲଢ଼ୁନାହାନ୍ତି । ଏହା ପୂର୍ବରୁ କୌଣସି ନେତାଙ୍କୁ ନିର୍ବାଚନୀ ପ୍ରଚାର ନିମନ୍ତେ ନ୍ୟାୟିକ ହାଜତରୁ ଜାମିନ ପ୍ରଦାନ କରାଯାଇ ନାହିଁ । ପ୍ରଚାର କରିବା ମୌଳିକ ଅଧିକାର ନୁହେଁ । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ଦେବା ଯୁକ୍ତିଯୁକ୍ତ ନୁହେଁ । ଗତ ୭ ତାରିଖରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିକୁ କହିଥିଲେ ଯେ ନିର୍ବାଚନ ୫ ବର୍ଷକୁ ଥରେ ଆସେ । ଏହା ଅସାଧାରଣ ପରିସ୍ଥିତି । ଯଦି ଆମେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରୁ ତେବେ ସେ ଦିଲ୍ଲୀ ସରକାରରେ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ ।

Related posts

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews

ଦିଲ୍ଲୀ ବିସ୍ଫୋରଣ ପାଇଁ ଆତଙ୍କୀ ବ୍ୟବହାର କରୁଥିଲେ କୋଡ୍ ୱାର୍ଡ଼…

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews