ଅପରାଧ

ସାରାଙ୍କ ଯୋଗୁଁ ସୁଶାନ୍ତ ଅଧିକରୁ ଅଧିକ ଡ୍ରଗ୍ସ ନେଉଥିଲେ: ରିୟା ଚକ୍ରବର୍ତ୍ତୀ

(ମୁମ୍ବାଇ): ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏକ ବଡ କଥାର ଖୁଲାସା କରିଛନ୍ତି । ରିୟା ଗିିରଫ ହେବା ପୂର୍ବରୁ ଏନସିବି ପକ୍ଷରୁ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଛାଡିବାର ପ୍ରକୃତ କାରଣ ଦର୍ଶାଇଥିଲେ । ଏନସିବିକୁ ଦେଇଥିବା ବୟାନରେ ରିୟା କହିଛନ୍ତି ଯେ, ସୁଶାନ୍ତ ନିଶାଗ୍ରସ୍ତ ହୋଇସାରିଥିଲେ ଏବଂ ସେ ଏଥିରୁ ବାହାରି ପାରିବେ ନାହିଁ ବୋଲି ମୁଁ ଜାଣି ସାରିଥିଲି । ଲକଡାଉନ୍ ଏବଂ ସୁଶାନ୍ତ ଉପରେ ଲାଗିଥିବା ମି ଠୁ ଅଭିଯୋଗ ପାଇଁ ମୋ କ୍ୟାରିଅର୍ ନଷ୍ଟ ହୋଇଯିବ ବୋଲି ଭାବି ମୁଁ ସୁଶାନ୍ତଙ୍କ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି । ସୁଶାନ୍ତ ୧୦-୨୦ କ୍ୟୁରେଟେଡ୍ ଗଞ୍ଜେଇ ନେଉôଥଲେ। ମି ଠୁ ଅଭିଯୋଗ ହେବା କାରଣରୁ ସୁଶାନ୍ତ ଅଧିକରୁ ଅଧିକ ନିଶା ସେବନ କରୁଥିଲେ ଏବଂ ସେ ଲକଡାଉନରେ ଅଧିକ ନିଶାଗ୍ରସ୍ତ ହୋଇଯାଇଥିଲେ ।
ରିୟା ତାଙ୍କ ଆଉ ଏକ ବୟାନରେ କହିଥିଲେ ଯେ, ସେ ଯେତେବେଳେ କେଦାରନାଥ ଚଳଚ୍ଚିତ୍ରର ସୁଟିଂ ସମୟରେ ହିମାଳୟରେ ରହିଥିଲେ, ଡ୍ରଗ୍ସ ମାଗଣା ଉପଲବ୍ଧ ହେଉଥିବା ହେତୁ ସେ ସେଠାରେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ଏବଂ ସାରା ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ । ସାରାଙ୍କ ସହ ମିଶି ସୁଶାନ୍ତ ଅଧିକରୁ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ସେଠାରୁ ଫେରିବା ପରେ ସେ ଡ୍ରଗ୍ସକୁ ଛାଡ଼ି ପାରିନଥିଲେ।

Related posts

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

mahabharatanews

ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି ପୋଲିସ

mahabharatanews

ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର

mahabharatanews