ମନୋରଞ୍ଜନ

ମା’ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର 

(ମୁମ୍ବାଇ) :  ମା’ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଅଭିନେତ୍ରୀ ୨୩  ସେପ୍ଟେମ୍ବରରେ ଦିନ ଏକ ଝିଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ନିକଟରେ ସ୍ୱରା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ନିଜ ଫ୍ୟାନ୍ସ ମାନଙ୍କୁ ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀଙ୍କ ଫଟୋ ।

ସୂଚନାନୁଯାୟୀ , ସ୍ୱରା ସ୍ୱାମୀ ଫୱାଦ ଅହମ୍ମଦଙ୍କ ମିସି ନିଜ ଝିଅର ସ୍ୱାଗତ କରିଥିଲେ । ନିଜ ଇନଷ୍ଟାଗ୍ରାମରେ ସ୍ୱରା ସ୍ୱାମୀ ଏବଂ ଝିଅ ସହ ଫଟୋ ସେୟାର କରିଛନ୍ତି । ତେବେ ଫଟୋରେ ତାଙ୍କ ଝିଅର ଚେହେରା ସ୍ପଷ୍ଟ ଦେଖାଯାଉନାହିଁ। ସ୍ୱରା ଫଟେରେ ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ଫ୍ୟାମିଲି ଫଟୋ ଏବେ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ ।  ସ୍ୱରା ଭାସ୍କର ଜଣେ ମହିଳା ସୁଫି ସାଧୁଙ୍କ ନାମରେ ତାଙ୍କ ଝିଅର ନାଁ ରାବିୟା ରଖିଛନ୍ତି।

Related posts

ବିରୁସ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

mahabharatanews

ଫିଲ୍ମ ‘ଟାଇଗର ୩’; ୬୦ହଜାର ଅଗ୍ରୀମ ବୁକିଂ 

mahabharatanews

ଲିଭ୍‌-ଇନରେ ରହିବା ପରେ ବାହା ହେବାକୁ ମନା କଲେ ଟାଇଗର!

mahabharatanews