(ଦିଲ୍ଲୀ) : କେଜ୍ରିୱାଲଙ୍କ ଘରେ ସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । SIT’ ବର୍ତ୍ତମାନ ଏହି ପୁରା ମାମଲାରେ ଯାଞ୍ଚ କରିବ । ଏହି ମାମଲାର ନେତୃତ୍ୱ ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲ ନେବେ, ଏହି ଟିମରେ ତିନଜଣ ଅନ୍ସପେକ୍ଟର ରାଙ୍କର ଅଧିକାରୀ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି ।
ସୂଚନାନୁଯାୟୀ , ଆଜି SIT ଗଠନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏସ୍ ବିଭବ କୁମାରଙ୍କୁ ପଚରା ଉଚରା କରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଭବ କୁମାରଙ୍କ ଉପରେ ସ୍ୱାତୀଙ୍କ ସହ ପାରପିଟ୍ କରିଥିବାର ଅଭିଯୋଗ ଲଗାଯାଇଛି । ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଘର କାମ କରୁଥିବା ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେହିପରି କେଜ୍ରିୱାଲଙ୍କ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେହିପରି ପୋଲିସର ଟିମ୍ ବିଭବ କୁମାରଙ୍କ ଘରେ ଯାଞ୍ଚ କରି ଇଲୋକ୍ଟ୍ରୋନିକ ଗ୍ୟାଜେଟ୍ ଜବତ କରିଛି ।