Uncategorized

ଗରିବ ପରିବାରର ଯତ୍ନ ନିଅନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୧ ଦିନିଆ ଲକଡାଉନ ଜାରି କରିଥିଲେ । ଏହି ଲକଡାଉନ ପାଇଁ ଦେଶ କରୋନା ମୁକାବିଲାରେ ଅନେକାଂଶରେ ସଫଳ ହୋଇଛି । ତେଣୁ ଏହାକୁ ଅ।।ହୁରି ୧୯ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆଜି ପ୍ରଧାନମନ୍ତ୍ରୀ ଦେଶରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ଘୋଷଣା କରିଛନ୍ତି। ଏହି ଲକଡାଉନ ମେ’ ୩ ଯାଏ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ତେବେ ଏହି ଘୋଷଣା ସମୟରେ ମୋଦି ୭ଟି ଦିନ ପ୍ରତି ବିଶେଷ ଧ୍ୟାନ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

୧- ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ଓ ମାସ୍କ ବ୍ୟବହାର କରନ୍ତୁ।
୨- ସମସ୍ତେ ନିଜ ନିଜ ଘରେ ରହୁଥିବା ବୟସ୍କମାନଙ୍କ ଯତ୍ନ ନିଅନ୍ତୁ। ଯଦି ସେମାନଙ୍କ ଭିତରୁ କାହାରି କୌଣସି ପ୍ରକାରର ରୋଗ ରହିଛି, ତା’ହେଲେ ଅତିରିକ୍ତ ଯତ୍ନ ନିଅନ୍ତୁ।
୩- ପ୍ରତ୍ୟେକ ବ୍ୟକ୍ତି ଗରିବ ପରିବାରର ଯତ୍ନ ନିଅନ୍ତୁ ଓ ସେମାନଙ୍କୁ ଖାଇବାକୁ ଦିଅନ୍ତୁ।
୪- ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପାଳନ କରନ୍ତୁ।
୫- ସମସ୍ତେ ଆରୋଗ୍ୟ ସେତୁ ମୋବାଇଲ ଆପ ନିଶ୍ଚିତ ଡାଉନଲୋଡ କରନ୍ତୁ।
୬- ବ୍ୟବସାୟୀ ଓ ଉଦ୍ୟୋଗପତିମାନେ ସେମାନଙ୍କ କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। କାହାକୁ ଚାକିରିରୁ ବାହାର କରନ୍ତୁ ନାହିଁ।
୭-କରୋନା ଯୋଦ୍ଧା; ଡାକ୍ତର, ନର୍ସ, ପୁଲିସ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ ଦିଅନ୍ତୁ ବୋଲି ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

Related posts

ନିର୍ଭୟା ମାମଲା: ଜାନୁଆରୀ ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି

mahabharatanews

ସିଏଏକୁ ଗୋଆ କଂଗ୍ରେସ ନେତାଙ୍କ ପ୍ରଶଂସା

mahabharatanews

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ବିସ୍ଫୋରଣରେ ଉଡାଇବାକୁ ହତ୍ୟା ଧମକ

mahabharatanews