ଓଡିଶା

ଅଧ୍ୟାପକଙ୍କ ଛାତ୍ରୀଙ୍କୁ ଅସଦାରଚରଣ , ଫାଟକରେ ତାଲା ପକାଇଲେ ଛାତ୍ର ଛାତ୍ରୀ

(ଗୋପ / ଜୟନ୍ତ କୁମାର ସେଠୀ ): ଆଜି ଗୋପ କଲେଜ ରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଜଣେ +୩ ୨ୟ ବର୍ଷ ର ଛାତ୍ରୀ ଙ୍କୁ କଲେଜ ର ଜଣେ ଇତିହାସ ଅଧ୍ୟାପକ ଶୈଳେନ୍ଦ୍ର ରଥ ଅସଦାଚରଣ କରିଥିବା ଅଭିଯୋଗ ରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ କଲେଜ କାର୍ୟ୍ୟଳୟ ରେ ତାଲା ପକାଇଛନ୍ତି। ଏପରିକି କଲେଜ ଫାଟକ ରେ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ର ଛାତ୍ରୀ। ସଂପୃକ୍ତ ଅଧ୍ୟାପକ ଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଏ ନେଇ ଛାତ୍ରୀ ଜଣକ ପ୍ରିନ୍ସିପାଲ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀ ଜଣ ଙ୍କୁ କିଛି ଦିନ ହେଲା ସଂପୃକ୍ତ ଅଧ୍ୟାପକ ଅସଦାଚରଣ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ହେଲେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଅଧ୍ୟାପକ। କହିଛନ୍ତି କ୍ଲାସ କରିବାପାଇଁ ଡାକିବାରୁ ସେଏପରି ଅଭିଯୋଗ କରିଛନ୍ତି।

Related posts

ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି

mahabharatanews

ନୂଆବର୍ଷ ପାଇଁ ଖୁବ ଶୀଘ୍ର ଆସିପାରେ ନୂଆ ଗାଇଡ ଲାଇନ

mahabharatanews

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଶ୍ରୀନହରରେ ସୁନିଆଁ ପର୍ବ

mahabharatanews