ଅନୁଗୁଳ ଜିଲ୍ଲା ତାଳଚେର ଫର୍ଟିଲାଇଜର ଟାଉନସିପ୍ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଟିଏଫଏଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଟିଏଫଏଲର ଏମଡି ବିବେକ ଶ୍ରୀବାସୁବ, ଡାଇରେକ୍ଟର ଅପରେସନ୍ ଶ୍ୟାମଲ ରାୟ ଯୋଗଦେଇ ପ୍ରଥମେ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମ୍ମିଳନୀରେ କଂପାନୀର ମୁଖ୍ୟ ପ୍ରବନ୍ଧକ ସୁମନ୍ତ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ପରେ ଆଜି ସମ୍ବିଧାନ ଦିବସ ଅବସରରେ ମାନବ ସମ୍ବଳ ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ ରାଉତ ଅତିଥିଙ୍କୁ ସମ୍ବିଧାନର ଶପଥ ପାଠ କରାଇଥିଲେ। ମୁଖ୍ୟ ପ୍ରବନ୍ଧକ ସିଭିଲ୍ ଅଖିଳ ଶତପଥୀ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। । ଏମ୍.ଡି. ଶ୍ରୀ ଶ୍ରୀବାସୁବ କହିଥିଲେ ଯେ ଚଳିତ ମାସ ୨୦୨୫ ସେ ସେପ୍ଟେମ୍ବର ମାସ ୨୬ ତାଳଚେରରେ ଟ.୧୨,୨୫୦ କୋଟି ଟଙ୍କାର ଋଣ ଚୁକ୍ତିପତ୍ର ସହ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଅତିକ୍ରମ କରିଛି। ଗତ ୧୮ ଅକ୍ଟୋବର ୨୦୨୫ ରେ ଟିଏଫଏଲ୍ ଓ ତାହାର ପ୍ରୋତ୍ସାହକଙ୍କ ସହ ଏକ ଚୁକ୍ତି ସ୍ବାକ୍ଷର କରାଯାଇଛି ବୋଲି ସେ ସେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ସିଇଓ ସୁନିଲ୍ ପେଭକରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
previous post
