Uncategorized

ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ରୁଷଠାରୁ ଭେଣ୍ଟିଲେଟର କିଣିବ ଆମେରିକା

(ମହାଭାରତ): ବିଶ୍ୱର ଅନ୍ୟତମ ସୁପର ପାୱାର ଆମେରିକା ସ୍ଥିତି କରୋନା ଯୋଗୁ ଅସମ୍ଭାଳ ହୋଇପଡ଼ିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାଖରେ ପହଞ୍ଚି ଥିବାବେଳେ ମୃତ୍ୟୃସଂଖ୍ୟା ୫ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ଏଠାରେ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅସହାୟତା ପ୍ରକାଶ କରିଛନ୍ତି। ସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କୁ ଆମେରିକା ପ୍ରଶାସନ ଉପଯୁକ୍ତ ମେଡିକାଲ ସେବା ଯୋଗାଇ ପାରୁନାହାନ୍ତି। ରୋଗୀଙ୍କ ସଂଖ୍ୟା ଆମେରିକା ପାଖରେ ଥିବା ମେଡିକାଲ ସାମଗ୍ରୀଠାରୁ ଯଥେଷ୍ଟ ଅଧିକ ରହିଛି। ଫଳରେ ଏହି ଅଭାବକୁ ଦୂର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଏହାପରେ ରୁଷଠାରୁ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ କିଣିବାକୁ ଆମେରିକା ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୩୦ରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଥିଲା । ଉଭୟ କୋଭିଡ୍‌-୧୯କୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକା ଭେଣ୍ଟିଲେଟର ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ସହ ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପମେଣ୍ଟ କିଣିବାକୁ ସହମତି ପ୍ରକାଶ କରିଛି। ଏହିସବୁ ସାମଗ୍ରୀ ନ୍ୟୁୱର୍କ ସିଟିରେ ଥିବା ଏଫଇଏମଏକୁ ଦିଆଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

Related posts

କରୋନା ଔଷଧ ତିଆରି କଲା ଥାଇଲାଣ୍ଡ

mahabharatanews

୧୮ ହାତୀଙ୍କ ମୃତଦେହ ଠାବ: କାରଣ ଅସ୍ପଷ୍ଟ

mahabharatanews

ଆବଶ୍ୟକତାର ୫% ଭେଣ୍ଟିଲେଟର ଦେଶରେ ରହିଛି

mahabharatanews