ମନୋରଞ୍ଜନ

ତାମିଲ ଅଭିନେତା ମୋହନଙ୍କ ମୃତଦେହ ଉଦ୍ଧାର

(ମୁମ୍ବାଇ) : ଆଉ ନାହାନ୍ତି ତାମିଲ ଅଭିନେତା ମୋହନ । ଦଶକରେ କୋଷ୍ଟାର ଭାବେ ଅନେକ ସିନେମାରେ ଅଭିନୟ କରିଥିବା ତାମିଲ ଅଭିନେତାଙ୍କ ମୃତଦେହକୁ ରାସ୍ତାରୁ ଉଦ୍ଧାର କରାଯାଇଛି। ସ୍ଥାନୀୟଲୋକେ ଜୁଲାଇ ୩୧ ତାରିଖରେ ମୋହନଙ୍କୁ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋହନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ସେଠାରେ ମୋହନଙ୍କୁ ମୃତ ଘୋଷଣା କରିଥିଲେ।Ads ବ୍ୟ

ସୂଚନାନୁଯାୟୀ, ତାମିଲ ଅଭିନେତାଙ୍କ ମୃତଦେହକୁ ତାମିଲନାଡୁର ମଦୁରେର ତିରୁପରଂଗୁଂନ୍ଦ୍ରମ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ୬୦ବର୍ଷର ମୋହନ ଅନେକ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଆଉ ସିନେମା ଦୁନିଆରେ କାମ ପାଇଁ ସଂଘର୍ଷ କରୁଥିଲେ।  ୧୦ବର୍ଷ ପୂର୍ବେ ମୋହନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ସେ ଭିକ ମାଗି ଚଳି ଆସୁଥିଲେ। କେଉଁ ଦିନ ଖାଇବାକୁ ପାଆନ୍ତି ତ ଆଉ କେଉଁଦିନ ଭୋକରେ ତାଙ୍କୁ ରହିବାକୁ ପଡ଼ିଥାଏ।

Related posts

ରେକର୍ଡ କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜର

mahabharatanews

ଆଜି ହେବ ଡ୍ରାମା କୁଇନଙ୍କ ଆବେଦନର ଶୁଣାଣି

mahabharatanews

ବିବାହ କରିବେ ପୁଲକିତ ସମ୍ରାଟ – କ୍ରିତି ଖରବନ୍ଦା

mahabharatanews