ବିଶ୍ୱ

ପତ୍ନୀଙ୍କ ଠାରୁ ଅଲଗା ହେବେ କାନାଡ଼ା ପ୍ରଧାନମନ୍ତ୍ରୀ

(କାନାଡ଼ା) : ଦୀର୍ଘ ୧୮ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି  କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଗ୍ରିଗୋର ଟ୍ରୁଡୋ ।  ଉଭୟ ପରସ୍ପରଠାରୁ ଅଲଗା ହେବେ ବୋଲି ବୁଧବାର ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,  ୫୧ ବର୍ଷୀୟ ଟ୍ରୁଡୋ ଓ ୪୮ ବର୍ଷୀୟ ସୋଫିଙ୍କ ମଧ୍ୟରେ ୨୦୦୫ ମେ ମାସରେ ବିବାହ ହୋଇଥିଲା। ତା’ର ୧୦ ବର୍ଷ ପରେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ହେଲେ। ଟ୍ରୁଡୋଙ୍କ ପିତା ପ୍ୟାରୀ ଇଲିଅଟ ଟ୍ରୁଡୋ ମଧ୍ୟ ୧୫ ବର୍ଷ କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ କିଛିବର୍ଷ ହେଲା ସେମାନଙ୍କ ସମ୍ପର୍କରେ ଫାଟ ଦେଖାଦେଇଛି। ୨୦୧୪ରେ ପ୍ରକାଶିତ ଆତ୍ମଜୀବନୀରେ ଟ୍ରୁଡୋ ଲେଖିଥିଲେ- ‘ଆମ ବିବାହ ଠିକ୍ ହୋଇନାହିଁ। ଅନେକ ଉଠାପକା ଭିତର ଦେଇ ଆମେ ଗତି କରୁଛୁ। ତଥାପି ସୋଫି ମୋର ଜଣେ ଭଲ ବନ୍ଧୁ, ମୋର ଜୀବନସାଥୀ।

Related posts

ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଲା ୟୁକ୍ରେନ

mahabharatanews

ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ କରିବାକୁ ଜେଲେନ୍‌ସ୍କିଙ୍କ ଦାବି

mahabharatanews

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

mahabharatanews