ମନୋରଞ୍ଜନ

୧୫ରେ ମୁକ୍ତିଲାଭ କରିବ  ଚଳଚ୍ଚିତ୍ର ‘ଅପୂର୍ବା’

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ତାରା ସୁତାରିଆ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅପୂର୍ବା’କୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କର ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ତେବେ ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହା ବହୁତ ଦମଦାର ହୋଇଛି। ଦର୍ଶକ ଟ୍ରେଲର ରିଲିଜ୍ ପରେ ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇପଡ଼ିଛନ୍ତି। ଟ୍ରେଲରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅଭିନେତ୍ରୀ ଏହି ଫିଲ୍ମକୁ ନେଇ ଏକ ଖୁଲାସା କରିଛନ୍ତି। ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୫ରେ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ।

ସୂଚନାନୁଯାୟୀ ,ତାରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅପୂର୍ବା’କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ସେ ଫିଲ୍ମର ସୁଟିଂ ସମୟର ଅନେକ ଫଟୋ ସେୟାର କରିଥିବା ଦେଖାଯାଇଛି। ଫଟୋ ସେୟାର କରି ତାରା ଜଣାଇଛନ୍ତି ଯେ, ସୁଟିଂ ସମୟରେ ସେ କିଛି ଦିନ ଗାଧେଇ ନଥିଲେ କି ଚୁଟି କୁଣ୍ଡାଇ ନଥିଲେ।

 

Related posts

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

mahabharatanews

ଆସନ୍ତାକାଲି ରିଲିଜ ହେବ ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

୮ରେ ରିଲିଜ ହେବ ଅଜୟଙ୍କ ଫିଲ୍ମ ‘Shaitaan’

mahabharatanews