ମନୋରଞ୍ଜନ

ପରଲୋକରେ ଅଭିନେତ୍ରୀ ଭୈରବୀ ବୈଦ୍ୟା 

(ମୁମ୍ବାଇ) : ପରଲୋକରେ ଟେଲି ଓ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଭୈରବୀ ବୈଦ୍ୟା ।  ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ କୋ-ଷ୍ଟାର ସୁରଭି ଦାସ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ସୁରଭି ଓ ଭୈରବୀ ଏକାଠି ‘ନିମା ଡେନଜୋଙ୍ଗପା’ରେ କାମ କରିଥିଲେ। ତେବେ ଶୁଣିବାକୁ ମିଳୁଛି କି ଅଭିନେତ୍ରୀ କିଛିବର୍ଷ ହେଲା କର୍କଟରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କ ଚିକିତ୍ସା ବି ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୈରବୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପ‌ାଇବା ପରେ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ଭୈରବୀ ସିନେମା ‘ତାଲ’ ସହିତ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ।

Related posts

ଦର୍ଶକଙ୍କ ମନ ମୋହୁଛି ଅନୁଭବଙ୍କ ଫିଲ୍ମ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews

ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ କହି ଟ୍ରୋଲ ହେଲେ କଙ୍ଗନା

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

mahabharatanews