ବିଶ୍ୱ

ଭାରତୀୟ ବାଣିଜ୍ୟ ଦୂତାବାସରେ ଦୁର୍ବୃତ୍ତ ଲଗାଇଦେଲେ ନିଆଁ 

(ଆମେରିକା) : ଆମେରିକାରେ ସାନ୍‌ ଫ୍ରାନ୍‌ସିସ୍କୋ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ନିଆଁ ଲଗାଇ ଦେଇଛନ୍ତି । ୫ ମାସ ମଧ୍ୟରେ ଭାରତୀୟ ଦୂତାବାସ ଉପରେ ଏହା ଦ୍ବିତୀୟ ଆକ୍ରମଣ। ଫଳରେ ଆଜିର ଘଟଣାରେ କେହି ମୃତାହତ ‌ହୋଇନାହାନ୍ତି।

ସୂଚନାନୁଯାୟୀ, ଓଟ୍ଟାୱା ସ୍ଥିତ ଭାରତୀୟ ହାଇକମିସନ୍‌ ବାହାରେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଆସନ୍ତା ୮ ତାରିଖରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି। ପ୍ରସ୍ତାବିତ ‘ଖଲିସ୍ତାନ ଫ୍ରିଡମ୍‌ ରୢାଲି’ ଯୋଜନାକୁ ଭାରତ ବିରୋଧ କରିବା ସହିତ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି। କାନାଡ଼ା ହାଇକମିସନର କାମେରନ ମ୍ୟାକେଙ୍କୁ ଆଜି ସମନ୍‌ କରି ଭାରତ ଏହାର ଉଦବେଗ ଜଣାଇଦେଇଛି। ଏସଂପର୍କରେ କାନାଡ଼ା ବିଦେଶ ମନ୍ତ୍ରୀ ମେଲାନି ଜୟ କହିଛନ୍ତି, ଖଲିସ୍ତାନୀଙ୍କ ଆନ୍ଦୋଳନ ଗ୍ରହଣୀୟ ନୁହେଁ ଏବଂ ଆମେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା‌ ସୁନିଶ୍ଚିତ କରିଛୁ।

 

Related posts

ମୁକୁଳିପାରିଲେନି ଇମ୍ରାନ ଖାନ, ଜାମିନ ପରେ ପୁଣି ଗିରଫ 

mahabharatanews

ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଲା ୟୁକ୍ରେନ

mahabharatanews

ଇମ୍ରାନଙ୍କ ଗାଦି ଟଳମଳ !

mahabharatanews