Uncategorizedଅପରାଧ

ତରଭା ମଦ ଦୋକନ ଚୋରୀ ଘଟଣା ; ଦୁଇ ଗିରଫ

ସୋନପୁର: ତରଭା ମଦ ଦୋକନରେ ହୋଇଥିବା ଚୋରୀ ଘଟଣାର ଫର୍ଦ୍ଦଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରୀ ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ ପରେ ତରଭା ପୋଲିସ ସହିତ ଜିଲ୍ଲା ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ଏକ ଆନ୍ତଃରାଜ୍ୟ ଚୋରୀ ରାକେଟର ଫର୍ଦ୍ଦାଫାସ କରିଛି ।
ଏହି ରାକେଟ ଓଡିଶାର ବିଭିନ୍ନ ଜିଲ୍ଲାର ମଦ ଦୋକାନରୁ ଚାରୀ କରି ଅନ୍ୟତ୍ର ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟେ ବଲେରୋ ପିକଅପ ଗାଡି , ୧୩୪ କାର୍ଟୁନ ମଦ, ଗୋଟେ ଗ୍ୟାସ କଟର ଓ ଚୋରୀରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଅନୁଗୁଳ ଜିଲ୍ଲା ନୂଆଖଟା ଗାଁର ୨୧ ବର୍ଷିୟ ଆଶିଶ ଖିଲାର ଓ କଟକ ଜିଲ୍ଲା ଗୋଡିଜିହାରିଆ ଗାଁର ୫୧ବର୍ଷିୟ ଭୋଳେଶ୍ବର ସାହୁ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ପୋଲିସ କହିଥିବା ବେଳେ ତାଙ୍କୁ ମଧ୍ୟ ଖୋଜା ଚାଲିଛି । ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା।ଏହି ସାମ୍ବାଦିକ ସମ୍ବିଳନୀ ରେ ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଉପସ୍ଥିତ ଥିଲେ ।

Related posts

ସିଏଏ ବିରୋଧରେ ପ୍ରଦର୍ଶନ ଜାରି, ଦିଲ୍ଲୀର ୧୪ ମେଟ୍ରୋ ଷ୍ଟେସନ ବନ୍ଦ

mahabharatanews

ତେଲ ଟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ଏନସିବି ହାବୁଡରେ ଚାଲାଣକାରୀ

mahabharatanews

ନାବାଳିକା ବଳାକ୍ରାର, ଗର୍ଭପାତ ଘଟଣା: ଅଭିଯୁକ୍ତ ଡାକ୍ତର ଗିରଫ

mahabharatanews