ଓଡିଶା

ଆଲୋଚନା ପରେ ଶିକ୍ଷକଙ୍କ ଆନ୍ଦୋଳନ ବନ୍ଦ 

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ସରିଛି | ଆଉ ଆଲୋଚନା ସରିବା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି | ପ୍ରାଥମିକ ଶିକ୍ଷକ ସଂଘର ମହାସଚିବଙ୍କ ସୂଚନା ମୁତାବକ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି l

ସୂଚନାନୁଯାୟୀ, ବୈଠକରେ ମୁଖ୍ୟତଃ ଗ୍ରେଡ ପେ ବୃଦ୍ଧି କରିବା, କଳା କ୍ରୀଡା ଶିକ୍ଷକଙ୍କ କ୍ୟାରିଅର ଆଡଭାନ୍ସ ପଲିସି, ଏକ୍ସ କ୍ୟାଡରଙ୍କୁ ରେଗୁଲାର କରିବା, ପୁରୁଣା ପେନସନ ଲାଗୁ କରିବା ଭଳି ମୁଖ୍ୟ ଦାବି ଗୁଡ଼ିକ ଉପରେ ଆଲୋଚନା ହୋଇଛି । ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶିକ୍ଷକଙ୍କୁ ବୈଠକରେ ୫-ଟି ସଚିବ କହିଛନ୍ତି। ନୂଆବର୍ଷରେ ନୂଆ ଭେଟି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ମିଳିପାରେ ବୋଲି ଆଶ୍ଵାସନା ମିଳିଛି । ତେଣୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି l

Related posts

ଆଉ ୧୦ ଜଣଙ୍କ  ମୃତ୍ୟୁ ସହ  ମୃତ୍ୟୁ ସଂଖ୍ୟା ୪୯୨ 

mahabharatanews

ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରାଣ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

mahabharatanews

 ଭାଙ୍ଗିଲା ପାଣ୍ଡିଆବିଲ ବନ୍ଧ, ଯୋଗାଯୋଗ ବିଚ୍ଛିନ୍ନ 

mahabharatanews