ଓଡିଶା

ଦ୍ବିତୀୟ ଦିନରେ ମୌସୁମୀ ଅଧିବେଶନ

 (ଭୁବନେଶ୍ୱର) : ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ । ଆଜି ଗୃହରେ ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଆଜି କିଛି ରିପୋର୍ଟ ଓ ବିଲ୍ ମଧ୍ୟ ଗୃହରେ ଆଗତ ହେବ ।

ସୂଚନାନୁଯାୟୀ,  ମୁଖ୍ୟ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ । ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ ହୋଇଛି । ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ। ସେହିପରି ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Related posts

ରାଉରକେଲାରେ ବୁଲା କୁକୁର ଆତଙ୍କ,୨୫୦ରୁ ଉଦ୍ଧ୍ୱର୍ କାମୁଡାର ଶିକାର

mahabharatanews

ବିଜେପି ବରିଷ୍ଠ ନେତା ବିଜୟ ପ୍ରଧାନଙ୍କ ପରଲୋକ

mahabharatanews

ଜାନୁଆରୀ ୩ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ।

mahabharatanews