(ତେଲେଙ୍ଗାନା) : ଉତ୍ତରଭାରତରେ ଲଗାତାର ବର୍ଷା ହେତୁ ତେଲେଙ୍ଗାନାରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ୧୪ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହାକୁ ମିଶାଇ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ୨୦୦୪ ପରଠୁ ସବୁଠୁ ଅଧିକ ବର୍ଷା ହୋଇଥିବା ନେଇ ସୂଚନା । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସୂଚନାନୁଯାୟୀ , ପ୍ରବଳ ବର୍ଷା ପାଣି ଜମିଥିବାରୁ ଟ୍ରାକ୍ଟରରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଶାସନିକ ଅଧିକାରୀ । ପ୍ରବଳ ବର୍ଷା ଯୋଗୁଁ ଓ ବନ୍ୟା ସ୍ଥିତିକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଶୁକ୍ରବାର ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୁଲୁଗୁ ଜିଲ୍ଲାରେ କୋଣ୍ତାଇ ଗାଁରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଞ୍ଚଳରେ ବୟୁସେନା ଓ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
