ଓଡିଶା

 ଖସୁଛି ପାରଦ,ବଢ଼ୁଛି ଶୀତ

(ଭୁବନେଶ୍ୱର) : ଦିନକୁ ଦିନ ଖସୁଛି ପାରଦ। ଲଗାତାର ବଢ଼ୁଛି ଶୀତ। କେନ୍ଦୁଝରଠାରୁ ଆରମ୍ଭ କରି କୋରାପୁଟ ପର୍ଯ୍ୟନ୍ତ, ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରା‌ସ ପାଇବାରେ ଲାଗିଛି। ୪ ଦିନ ତଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଢେର ଉପରେ ରହୁଥିଲା। ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି।

ସୂଚନାନୂଯାୟୀ , ଗତ ୨୪ ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୮.୫, କିରେଇ ଓ ‌ସେମିଳିଗୁଡ଼ାରେ ୮.୭, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬, ରାଉରକେଲାରେ ୯.୭ ଡିଗ୍ରି, କେନ୍ଦୁଝରରେ ୧୦.୪, ସୁନ୍ଦରଗଡ଼ରେ ୧୦.୫, ଅନୁଗୁଳରେ ୧୦.୬, ଝାରସୁଗୁଡ଼ାରେ ୧୦.୮ ଡିଗ୍ରି ରେକର୍ଡ କରାଯାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ଏକ ଦୁଇ ଡିଗ୍ରି କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି

mahabharatanews

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

mahabharatanews

ଡିସେମ୍ବରରେ ଶିକ୍ଷକ ନିଯୁକ୍ତି ଲିଖିତ ପରୀକ୍ଷା

mahabharatanews