ଓଡିଶା

ବଢିବ ତାତି, ୩-୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ତାତି । ଗ୍ରୀଷ୍ମ ଲହରି ଜାରି ରହିଛି । ଆଗାମୀ ତିନି ଦିନ ଆହୁରି ତାତିବ ଓଡ଼ିଶା । ରାଜ୍ୟରେ ବଢ଼ିବ ପାରଦ । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଉପସାଗର ଓ ତତ୍-ସଂଲଗ୍ନ ମିଆଁମାର ଅଞ୍ଚଳରେ ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।

ଅନ୍ୟପଟେ ଆଜିଠାରୁ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ପାଗ ଶୁଖିଲା ଓ ଖରାଟିଆ ରହିବ । ତାତି ବଢ଼ିବ । ୨୩ ତାରିଖ ଯାଏ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିପାରେ । ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।

Related posts

ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଗ୍ରହଣ କରିବେ ହନୁମାନ

mahabharatanews

ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews

 ୫ରେ ପାଗ ମେଘୁଆ 

mahabharatanews