ଓଡିଶା

ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା

କଟକ: ରୌପ୍ୟ ନଗରୀ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା । ସା ପରିଚୟ ଫାଉଣ୍ଡେସନ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି । ଏ ମେଳାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି । କଟକ କିଲ୍ଲା ପଡ଼ିଆରେ ଆୟୋଜିତ ଏହି ମେଳା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୧ ଟି ଜିଲ୍ଲା ଓ ୧୭ଟି ରାଜ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ହସ୍ତଶିଳ୍ପ, କଳାକୃତି ଓ ଖାଦ୍ୟପେୟକୁ ଲୋକଲୋଚନକୁ ଆଣିବା ସହ ବିକ୍ରୀ ମଧ୍ୟ କରାଯାଉଛି।

ଏହି ମେଳାରେ ୯୦ ଟି ଷ୍ଟଲ ଲାଗିଛି । ତେବେ ପ୍ରତିବର୍ଷ କଟକରେ ଏହି ମେଳାର ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ମେଳାକୁ କଟକବାସୀ ନିଶ୍ଚୟ ଆଦୃତ କରିବେ ବୋଲି ଆଶା ରଖିଛନ୍ତି ମେୟର ସୁବାସ ସିଂ । ଉଦଘାଟନୀ ଉତ୍ସବର ପ୍ରଥମ ସଂନ୍ଧ୍ୟାରେ ମଧ୍ୟ ଜବରଦସ୍ତ ଭିଡ ଦେଖିବାକୁ ମିଳିଥିଲା

Related posts

୫ଦିନିଆ ରିମାଣ୍ଡରେ ଗଲା ଆତଙ୍କୀ ସୟଦ୍ ଇସାନ୍ ବୁଖାରୀ

mahabharatanews

୧୨ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

mahabharatanews

ଭୁଲ ବା ଖରାପ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଆମ ପିଛା ଛାଡି ନଥାଏ

mahabharatanews