ଓଡିଶା

ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ନିଲମ୍ଵନ

(ଜୟନ୍ତ କୁମାର ସେଠୀ): ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା। ପୁରୀ ଜିଲ୍ଲା ନିମାପଡା ଏନଏଏସି ଜୁନିୟର ଆସିଷ୍ଠାଣ୍ଟ ଚାକିରୀ ର ନିଲମ୍ଵନ , ତିନି ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଜିଲ୍ଲା ପ୍ରଶାସନ । ସରକାରୀ ନିର୍ଦୈଶ କୁ ଅବମାନନା କରି ଚାକରୀରୁ ନିଲମ୍ଵନ ହେଲେ ନିମାପଡା ଏନଏଏସି ଜୁନିୟର ଆସିଷ୍ଟାଣ୍ଟ ରବିନ୍ଦ୍ର ନାଥ ସାହୁ । ଖ।ଉଟି ମାନଙ୍କୁ ଘରେ ଘରେ ଟଙ୍କା ନ ଦେଇ ଖୋଲା ପଡିଅ।ରେ ଟଙ୍କା ବାଣ୍ଟିବା ହେଲା ମହଙ୍ଗା। ସାମାଜିକ ଦୂରତା ଅବଲମ୍ଵନ ନ କରି ଟଙ୍କା ବାଣ୍ଟିବା ନେଇ ଜିଲ୍ଲାପାଳ ରବିନ୍ଦ୍ରଙ୍କୁ ଚାକିରୀରୁ ନିଲମ୍ଵନ କରିବା ସହିତ ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ନିମାପଡା ଏନଏ ଏସି ୬ନଂ ଓ ୭ ନଂ ରେ ପିଡିଏସ ହିତାଧିକାରୀ ମାନଙ୍କୁ ଖୋଲା ପଡିଅ।ରେ ଟଙ୍କା ବାଣ୍ଟୁଥିଲେ ଅଧିକାରୀ ମାନେ । ବିଶ୍ବ ମହାମାରୀ କୋରନା ଭଳି ମହାମାରୀ ସମୟରେ ସରକାର ସାମାଜିକ ଦୂରତାକୁ ଗୁରୁତ୍ଵ ଦେଉଥିବା ବେଳେ ସାମାଜିକ ଦୂରତା ନ ଥାଇ କିଭଳି ଟଙ୍କା ବଣ୍ଟା ଯାଇଥିଲା ମହା ସମସ୍ତଙ୍କର ଚର୍ଚ୍ଚାର ବିଷୟ ପାଲଟିଛି।

Related posts

ବଜରଙ୍ଗ କ୍ଲବର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

mahabharatanews

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

mahabharatanews

କରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ

mahabharatanews