ଅପରାଧ

ପାର୍ବଣ ଭଣ୍ଡୁର ପାଇଁ ଆତଙ୍କୀ ମସୁଧା ପଣ୍ଡ

ଲକ୍ଷ୍ନୌ: ଆଗକୁ ଆସୁଛି ପାର୍ବଣ । ଏହି ପାର୍ବଣ ଉପରେ ଆତଙ୍କୀଙ୍କ ନଜର । ପାର୍ବଣ ବେଳେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ମସୁଧା କରୁଥିବା ଜଣାପଡିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାମଲୀଳା ଓ ନବରାତ୍ରୀ ସମୟରେ ଭିଡକୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ ପାଇଁ ହୋଇଥିବା ପ୍ଲାନ ବିଷୟରେ ଜଣାପଡିଛି । ଏହି ସୂଚନା ମିଳିଛି ୬ ଆତଙ୍କବାଦୀ ପୁଲିସ ହାତରେ ଲାଗିବା ପରେ । ସେମାନେ ହେଲେ ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟା, ଓସାମା ଓରଫ୍ ସାମି, ମୁଲଚାନ୍ଦ ଓରଫ୍ ସାଜୁ ଓରଫ୍ ଲାଲା, ମହମ୍ମଦ ଅବୁ ବକର, ଜିସାନ କମାର ଓ ଆମିର ଜାଭେଦ । ସେମାନେ ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ ଆଇଇଡି ବିସ୍ଫୋରଣ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଏହି ୬ ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାସ ସେଲ ନିଜ ହାଜତକୁ ନେଇ ପୁଛତାଜ ଜାରି କରିଛି ।
। ସେମାନେ ୟୁପି, ମହାରାଷ୍ଟ୍ର ଓ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ, ସେମାନଙ୍କ ଠାରୁ ବିସ୍ଫୋରକ, ବନ୍ଧୁକ ଓ ଗୁଳି ଆଦି ଜବତ ହୋଇଛି। ଗିରଫ ଆତଙ୍କବାଦୀଙ୍କର ପାକିସ୍ତାନ ଲିଙ୍କ ଥିବା ଜଣାପଡିଛି । ଓସାମା ଓ ଜିସାନ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟାର ଅଣ୍ଡରର୍ଓ୍ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କନେକ୍ସନ ଥିବା ସୂଚନା ରହିଛି ସେ ଦାଉଦ୍ର ଭାଇ ଅନିସ୍ ଇବ୍ରାହିମ୍ର ଘନିଷ୍ଠ ବୋଲି କୁହାଯାଉଛି।

 

Related posts

ମାଓବାଦୀକୁ ବିରୋଧ କରି ପ୍ରଜାମେଳି

mahabharatanews

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

mahabharatanews

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ

mahabharatanews

Leave a Comment