ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟର ପରେ ତାମିଲ ରାଜନୀତିରେ ପ୍ରବେଶ କରିଛନ୍ତି। ଆଜିକାଲି ତାଙ୍କ ନାମ ସବୁଠି ଖବର ଛାଡ଼ୁଛି, ତାହା ଫିଲ୍ମ, ରାଜନୀତି କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହେଉ। ତାମିଲନାଡୁ ନିର୍ବାଚନ ପୂର୍ବରୁ ତାଙ୍କ ପତ୍ନୀ ସଙ୍ଗୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଛାଡ଼ପତ୍ରର ଗୁଜବ ମଧ୍ୟରେ ତାଙ୍କ ନାମ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହ ଯୋଡା ଯାଉଛି। ନିର୍ବାଚନ ପରେ ଦୁହେଁ ବିବାହ କରିପାରନ୍ତି ବୋଲି ଖବର ରହିଛି। ଫିଲ୍ମ ‘ଲିଓ’ ପରେ ଥାଲପତି ବିଜୟ ଏବଂ ତ୍ରିଶାଙ୍କ ପ୍ରେମ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଲିଓ ଫିଲ୍ମ ପରେ ସୋସିଆଲ ମିଡିଆ, ପବ୍ଲିକ୍ ଇଭେଣ୍ଟ ଏବଂ ସେଲିବ୍ରିଟିମାନଙ୍କ ବିବାହ ଉତ୍ସବରେ ଉଭୟେ ନଜର ଆସିଥିଲେ । ଯାହା ଡେଟିଂର ଗୁଜବକୁ ସୃଷ୍ଟି କରିଥିଲା ।
ତ୍ରିଶାଙ୍କ ରାଜନୀତିରେ ଆଗ୍ରହ ଥିବାରୁ ସେମାନଙ୍କ ସମ୍ପର୍କ ମଜବୁତ ହୋଇଛି । ଏଥିସହ ସଙ୍ଗୀତା ଛାଡ଼ପତ୍ର ଦାଖଲ କରିବା ସହ ଥାଲପତି ବିଜୟ ଅନ୍ୟ କାହା ସହିତ ସମ୍ପର୍କ ରଖିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଛାଡପତ୍ର ପରେ ବିଜୟ ସଙ୍ଗୀତାଙ୍କୁ ୨୦୦ କୋଟି ଟଙ୍କା ଦେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଅଭିନେତାଙ୍କ ଦ୍ବିତୀୟ ବିବାହର ଗୁଜବ ଏବେ ସୋସିଆଲ ମିଡିଆରେ ଜୋର ଧରିଛି । ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଦୁହେଁ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିବେ ବୋଲି ଏକ ଭାଇରାଲ ହେଉଥିବା ରିଲରୁ ଜଣାପଡୁଛି । ଏହା ବ୍ୟତୀତ ଏହି ଭାଇରାଲ ହେଉଥିବା ରିଲକୁ ତ୍ରିଶାଙ୍କ ମା’ ଉମା କୃଷ୍ଣନ ଲାଇକ୍ କରିଥିଲେ । ଯାହା ସେମାନଙ୍କ ସମ୍ପର୍କକୁ ତ୍ରିଶାଙ୍କ ମା’ ସମର୍ଥନ କରୁଥିବା ଅନୁମାନ କରାଯାଉଛି ।
