ଓଡିଶା

କ୍ରୀଡା ବିକାଶ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଆଠଗଡ: ଓଡିଶାରେ କ୍ରୀଡାର ବିକାଶକୁ ନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳ ଏବଂ ଖେଳାଳୀମାନଙ୍କ ପାଇଁ ଭିତ୍ତିଭୂମିର ଅଭାବ ନହେଉ, ଏଥିପାଇଁ ମୋଟ ୮୯ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ବିଲ ଅନୁମୋଦନ କରାଯାଇଛି । ତେବେ ଏହା ମଧ୍ୟରେ ଗ୍ରାମାଞ୍ଚଳରେ ମଧ୍ୟ କ୍ରୀଡାର କିପରି ବିକାଶ କରିହେବ ତାହା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି ।


କଟକ ଜିଲ୍ଲାର ଆଠଗଡରେ ଏକ ଇଣ୍ଡୋର ଷ୍ଟାଡିୟମ ପାଇଁ ରାଜ୍ୟ କ୍ୟାବିନେଟରେ ପାରିତ ହୋଇଛି । ଏହାପରେ ଏଠାକାର କ୍ରୀଡାବିତ ମାନେ ଆଠଗଡର ଶ୍ରୀରାମ ପ୍ୟାଲେସଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସମ୍ମିଳନୀରେ ଆଥଲେଟିକ ଆସୋସିଏସନ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ଥିଲେ । ଆଠଗଡର ମୁଖ୍ୟ ଷ୍ଟାଡିୟମ ନିକଟରେ ଏହି ଇଣ୍ଡୋର ଷ୍ଟାଡିୟମ ୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ । ଅତ୍ୟାଧୁନିକ ଶୈଳିରେ ନିର୍ମିତ ଏହି ଷ୍ଟାଡିୟମରେ ଇଣ୍ଡୋର କ୍ରୀଡା ସହ ପ୍ରାକୃତିକ ବିପର୍ୟ୍ୟୟ, ମହାମାରୀ ସମୟରେ ଡାକ୍ତରଖାନା, ସଭା ସମିତି, ପରିକ୍ଷା ପରିଚାଳନା ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି କୁହାଯାଇଛି ।

Related posts

୧୪ରେ ଓଡ଼ିଶା ଆସିବେ। CJI ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

mahabharatanews

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ବଜାରରେ ପ୍ରବଳ ଭିଡ଼

mahabharatanews

ପ୍ରସିଦ୍ଧ ଭୋଗ ରସାବଳିକୁ ଜିଆଇ ଟ୍ୟାଗ୍‌

mahabharatanews