ଓଡିଶା

ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ପାରଳାଖେମୁଣ୍ଡି ତା.୨୯.୧୨.୨୦୨୫ ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ସମାରୋହରେ  ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ,ମାନ୍ୟବର ବିଧାୟକ ମୋହନା, ଶ୍ରୀଯୁକ୍ତ ଜି.ତିରୁପତି ରାଓ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ସମସ୍ତ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମସ୍ତ ଚାଷୀ ମାନଙ୍କୁ କହିଥିଲେ ଯେ ଗଜପତି ଜିଲ୍ଲାରେ  ମତ୍ସ୍ୟ ଚାଷ ଭଲ ଉତ୍ପାଦନ କରୁଅଛି । ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକରେ ଜନସାଧାରଣ କିପରି ଅଧିକ ଲାଭବାନ ହୋଇପାରିବେ ସେଥିନିମନ୍ତେ ମଧ୍ୟ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପ୍ରଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା କରାଯାଇଛି।  ଜିଲ୍ଲାରେ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଭଳ ପରିବେଶ ଥିବାରୁ ଜିଲ୍ଲା ବାସୀଙ୍କୁ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ବିଭିନ୍ନ ଚାଷ କରିବା ପାଇଁ ପ୍ରାଥମିକ ଭାବେ ସୁଯୋଗ ଦିଆଯିବା ସହିତ  ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୁତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ସମସ୍ତ ଅତିଥି ଗଣ କହିଥିଲେ।

  ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଡ଼.ରାଜକିଶୋର ସ୍ୱାଇଁ, ଡିନ୍, ସେଞ୍ଚୁରୀୟାନ୍ ବିଶ୍ଵବିଦ୍ୟାଳୟ ପାରଳାଖେମୁଣ୍ଡି ମଞ୍ଚଷିନ ଥିବା ବେଳେ ଡ଼ା.ତୁଷାରେନ୍ଧୁ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ନାୟକ ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଡିସେମ୍ବର ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ।

ଏହି ଅବସରରେ ଜିଲ୍ଲାର ୬ଜଣ ସଫଳ ଚାଷୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି। ଏହି ମେଳାରେ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପଶୁ ସମ୍ପଦ, ମତ୍ସ୍ୟ ବିଭାଗ, ମିଶନ ଶକ୍ତି, କୃଷି ବିଭାଗ, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଇତ୍ୟାଦି  ୨୦ ଗୋଟି ବିଭିନ୍ନ ଷ୍ଟଲ୍ ଖୋଲାଯାଇ ଚାଷୀଙ୍କୁ ସଚେତନତା  କରଯାଇଛି।  ଆଜିର ଏହି କାର୍ଯ୍ୟକ୍ରମରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସମେତ ବିଭିନ୍ନ ବ୍ଲକ୍ ର ଚାଷୀ ଭାଇ ଭଉଣୀ,ପ୍ରାଣୀ ଚିକିତ୍ସା ବିଭାଗ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ମେଳାରେ ଉପସ୍ଥିତ ଥିଲେ |

Related posts

ସମ୍ପନ୍ନ ହେଲା ରଥଯାତ୍ରା

mahabharatanews

mahabharatanews

ଆରବ ସାଗରରେ ଲଘୁଚାପ ,ବାତ୍ୟା ଆଶଙ୍କା

mahabharatanews