ଓଡିଶା

ମହାବିଦ୍ୟାଳୟ ପରିସରରେ ବାର୍ଷିକ ‘ସମର ଫେଷ୍ଟିଭାଲ’  ମହାସମାରୋହରେ ପାଳନ

ଗଣିଆ ଡ଼ଃ.ଆର.ସି. ସାମନ୍ତରାୟ ଇନଷ୍ଟିଚୁଟ  ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମହାବିଦ୍ୟାଳୟ ପରିସରରେ ରବିବାର ଦିନ ସନ୍ଧ୍ୟା ରେ ବାର୍ଷିକ ‘ସମର ଫେଷ୍ଟିଭାଲ’  ମହାସମାରୋହରେ ପାଳନ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦୁର ଆମେରିକାରୁ ଆସି ଉକ୍ତ ମହାବିଦ୍ୟାଳୟର ସଂପାଦକ ଭାବେ କାର୍ଯ୍ୟରତ ଏଲ୍. ଦାଦ କାଇଣ୍ଡ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ  ମହାବିଦ୍ୟାଳୟ ର ଅଧକ୍ଷ ମଳୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କବିଚନ୍ଦ୍ର ସାମନ୍ତରାୟ, ଅଧ୍ୟାପକ ଉମାକାନ୍ତ  ବେହେରା  ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ କଲେଜ ର ଅଧ୍ୟାପକ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ର ଛାତ୍ରୀ ସମୟାନୁବର୍ତ୍ତିତl ସହ ସମସ୍ତ ଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଭାରତ ମାତା ର ସନ୍ତାନ ଆମେ ଦେଶ ପାଈଁ କାମ କରିବାକୁ ସମ୍ପାଦକ ଏଲ ଦାଦ କାଇଣ୍ଡ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ। ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଏବଂ ନାଟକ ମାଧ୍ୟମରେ ନିଜର କଳାତ୍ମକ ପ୍ରତିଭା ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଉତ୍ସବରେ କଲେଜର  ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।

Related posts

ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୫ ଦିନ ବର୍ଷିବ

mahabharatanews

ପାରାଦୀପରେ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ

mahabharatanews

ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews